ଦିବଂଗତ କଂଗ୍ରେସ୍ ନେତା ସଂଗ୍ରାମ ଜେନାଙ୍କ ସ୍ମୃତି ଚାରଣ ଓ ଶୋକସଭା

0
357

ବ୍ରହ୍ମପୁର :ଓଡ଼ିଶାର ପୂର୍ବତନ ଯୁବ କଂଗ୍ରେସ୍ ସଭାପତି ସଂଗ୍ରାମ କେଶରୀ ଜେନାଙ୍କ ଆଜି ହାଇଦ୍ରାବାଦ ସ୍ଥିତ ଏକ ଘୋରୋଇ ହସ୍ପିଟାଲ୍ ରେ କରୋନା ସହ ଲଢି ମୃତ୍ୟୁ ଘଟିଥିବାବେଳେ ଆଜି ସାରା ଓଡ଼ିଶା ରେ କଂଗ୍ରେସ୍ କର୍ମୀ ମାନଙ୍କ ମନରେ ଶୋକର ଛାୟା ଖେଳିଯାଇଛି । ଏହି ପରିପେଖିରେ ଆଜି ବ୍ରହ୍ମପୁର କଂଗ୍ରେସ ସଂସଦୀୟ କାର୍ଯ୍ୟାଳୟ ଠାରେ ଯୁବ ଓ ଛାତ୍ର କଂଗ୍ରେସର କର୍ମୀ ମାନଙ୍କ ଉପସ୍ଥିତିରେ ବାପିଭାଇ ଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି । ଏହି ଶୋକସଭାରେ ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବିଜୟ ରାଜ ପାଣିଗ୍ରାହି , ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ୍ ସମ୍ପାଦକ ତତ୍ ସତ୍ ସୁବୁଦ୍ଧି , ବରିଷ୍ଠ କଂଗ୍ରେସ ନେତା ଶିବରାମ ପାତ୍ର , ରାଜୀବ ଖୁଣ୍ଟିଆ , ତନ୍ମୟ ନାୟକ , ଶ୍ରୀଧର ସାହୁ , ଜଗନ୍ନାଥ ପଲେଇ , ପତିତପାବନ ଗନ୍ତାୟତ , ମାନସ ସାହୁ , ରଙ୍ଗରାଜ୍ ପାଣିଗ୍ରାହି , ଆକାଶ ଗୌଡ , ଦୁର୍ଗା ପ୍ରସାଦ ସହ ବହୁ କଂଗ୍ରେସ୍ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here