ସାମ୍ବାଦିକ ସ୍ୱର୍ଗତ ସୁକାନ୍ତ ପାଣିଗ୍ରାହୀଙ୍କ ବିୟୋଗରେ ବ୍ରହ୍ମପୁର କାର୍ଯ୍ୟରତ ସାମ୍ବାଦିକଙ୍କ ଶ୍ରଦ୍ଧାଞ୍ଜଳି

0
348

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ସନ୍ଧ୍ୟା ୬ ଘଟିକା ସମୟରେ ସହରର ଗାନ୍ଧିନଗରସ୍ଥ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ବ୍ରହ୍ମପୁରର ସମସ୍ତ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମଧ୍ୟମର କାର୍ଯ୍ୟରତ ବହୁ ସାମ୍ୱାଦିକ ଉପସ୍ଥିତ ରହି ଭିଡ଼ିଓ ସାମ୍ବାଦିକ ସ୍ଵର୍ଗତଃ ଶ୍ରୀଯୁକ୍ତ ସୁକାନ୍ତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ତାଙ୍କ ବିୟୋଗରେ ସମସ୍ତ ଉପସ୍ଥିତ ସାମ୍ବାଦିକଗଣ ଗଭୀର ଦୁଖଃ ପ୍ରକାଶ କରିବା ସହ ସୁକାନ୍ତ ପାଣିଗ୍ରାହୀଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ମହମବତୀ ଜାଳିଥିଲେ । ଏହି ଶୋକ ସଭାରେ ସୁକାନ୍ତଙ୍କ ପରିବାରକୁ ସ୍ୱଇଚ୍ଛାରେ ଯଥାଶକ୍ତି ଆର୍ଥିକ ସହାୟତା ଯୋଗାଇବା ପାଇଁ ନିବେଦନ କରାଯାଇଥିଲା । ଏଠାରେ ବ୍ରହ୍ମପୁରର ପୂର୍ବତନ କର୍ପୋରେଟର ଆର.ମୁରଲୀ ମୋହନ ୨୦ ହଜାର ଟଙ୍କା,ୱେବ ଚ୍ୟାନେଲ ଓମକୋମର ଚିଫ୍ ଏଡିଟର ଯଯାତି କର ୧୦ ହଜାର ଟଙ୍କା ଦେଇଥିବା ସ୍ଥଳେ ଭୁବନେଶ୍ୱରର ଅମୀୟ ଦାସ ଲକ୍ଷେ ଟଙ୍କା ଆର୍ଥିକ ରାଶି ସହାୟତା ଦେଇଥିଲେ । ବ୍ରହ୍ମପୁର ଅଞ୍ଚଳରୁ ଆଗାମୀ ଦିନରେ କିଭଳି ସୁକାନ୍ତଙ୍କ ପରିବାରକୁ କିଛି ଆର୍ଥିକ ସହାୟତା କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଥିଲା । ଏହି ଖବର ଶୁଣି ବ୍ରହ୍ମପୁର ସିଦ୍ଧାର୍ଥ ଫାଉଣ୍ଡେସନର ସଭାପତି ଶ୍ରୀ ସିଦ୍ଧାର୍ଥ ଶଙ୍କର ଦାସ ସୁକାନ୍ତଙ୍କ ଝିଅର ସମ୍ପୂର୍ଣ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ଶୋକ ସଭାରେ ବ୍ରହ୍ମପୁର କାର୍ଯ୍ୟରତ ସାମ୍ବାଦିକଙ୍କ ମଧ୍ୟରୁ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ଜଗନ ମୋହନ ମହାପାତ୍ର ,ପ୍ରକାଶ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଚିରଞ୍ଜିତ ରାଜଗୁରୁ, ନାରାୟଣ ମହାଙ୍କୁଡ, ସୁରଜିତ ପଣ୍ଡା, ସୁଦୀପ ସାହୁ, ରବି ମହାରଣା, ରାଧାଶ୍ୟାମ ଆଚାର୍ଯ୍ୟ, କୈଳାସ ବେହେରା, ସନ୍ୟାସୀ ଗୌଡ଼, ମାନସ ବିଶୋଇ, ଗୋପାଳ ରେଡ୍ଡୀ, ଶୁଭ୍ରମନ୍ୟମ ସ୍ୱାମୀ, ବିନୋଦ ପ୍ରଧାନ, ପ୍ରହଲ୍ଲାଦ ସାହୁ, ସମୀର ଆଚାର୍ଯ୍ୟ, ପିତାମ୍ବର ନାହାକ, ଫିନୋଜ ପ୍ରଧାନ, ଏସ୍. ନଗେଶ୍ୱର ପୃଷ୍ଟି, ସତ୍ୟ ଚେତନ ପରିଡା, ରବୀନ୍ଦ୍ର ବେହେରା, ମନୋଜ ପଣ୍ଡା, ସୁବୋଧ ପରିଛା, ଆଲୋକ ବେହେରା, ଅମର ଦାସ, ସଚିନ ବେହେରା, ପ୍ରଦୀପ୍ତ ପରିଛା, ରାଜେଶ କୁମାର ସାହୁ, ସୀମାଞ୍ଚଳ ପାଣିଗ୍ରାହୀ, ସୀମାଞ୍ଚଳ ସାହୁ, ଲିକୁ ଡାକୁଆ, ପ୍ରଶାନ୍ତ ପ୍ରତିନିଧି, ଚନ୍ଦନ ସାମଲ , ଶୁଭେନ୍ଦୁ ସାହୁ , ବିଶ୍ଵନାଥ ମାରଣା, ଶାନ୍ତନୁ ରଣା, ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସୁକାନ୍ତ ପାଣିଗ୍ରାହୀଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

LEAVE A REPLY

Please enter your comment!
Please enter your name here