ସ୍ତ୍ରୀ ଦେହରେ ସାନିଟାଇଜର ଢାଳି ସ୍ୱାମୀ ଲଗାଇଲା ନିଆଁ,ଥାନାରେ ଅଟକ ସ୍ଵାମୀ

0
291

କୁକୁଡ଼ାଖଣ୍ଡି:ଦିଗପହଣ୍ଡି ଥାନା ଅଧିନସ୍ଥ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ରୀତା ପ୍ରଧାନ ନାମ୍ନୀ ଜଣେ ବିବାହିତା ମହିଳାଙ୍କୁ ତାଙ୍କ ସ୍ଵାମୀ ସଞ୍ଜୟ ପ୍ରଧାନ ସାନିଟାଇଜର ପକାଇ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି ।ରୀତାଙ୍କ ଶରୀର ୩୦ ଭାଗ ପୋଡିଯାଇଛି । ପେଟ ଅଂଶ ପୋଡ଼ି ଯାଇଥିବା ବେଳେ ନିଜେ ଶରୀରରେ ପାଣି ଢ଼ାଳି ବର୍ତ୍ତିଯାଇଥିଲେ ।ଦୌଡ଼ି ଦୌଡ଼ି ନିକଟସ୍ଥ ଅନ୍ୟ ଏକ ସାହିରେ ରହୁଥିବା ମାଉସୀଙ୍କ ଘରେ ପହଞ୍ଚି ସମସ୍ତ କଥା କହିଥିଲେ ।ଗୁରୁତର ଅବସ୍ଥାରେ ମହିଳାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଛି ।ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଥିବା ବେଳେ ପୁଲିସ ଆରମ୍ଭ କରିଛି ତଦନ୍ତ ।ସୂଚନା ଅନୁଯାୟୀ, ୨୦୧୮ରେ ରୀତା ଏବଂ ସଂଜୟଙ୍କ ବିବାହ ହୋଇଥିଲା ।ବିବାହ ପରଠାରୁ ସଞ୍ଜୟ ଯୌତୁକ ପାଇଁ ତାଙ୍କ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।ଏଥିପୂର୍ବରୁ ମଧ୍ୟ ଯୌତୁକ ନିର୍ଯ୍ୟାତନା ସହ୍ୟ କରି ନ ପାରି ୨୦୧୯ ମସିହାରେ ମହିଳା ଥାନାରେ ଅଭିଯୋଗ କରିଥିଲେ ।ମହିଳା ଥାନା ପକ୍ଷରୁ ଘଟଣାକୁ ଅଧିକ ଗୁରୁତ୍ବ ଦିଆଯାଇନଥିଲା ।ରୀତା ତାଙ୍କ ଶ୍ୱଶୁର ଘରେ ହିଁ ରହି ଆସୁଥିଲେ। ରୀତାଙ୍କୁ ତାଙ୍କ ସ୍ଵାମୀ ବହୁବାର ମାରିଦେବାକୁ ଚେଷ୍ଟା କରିଥିବା ବେଳେ ସଫଳ ହୋଇନଥିଲେ ବୋଲି ସେ କହିଛନ୍ତି ।ଗୁରୁବାର ସନ୍ଧ୍ୟାରେ ମଧ୍ୟ ରୀତା ଛାତ ଉପରେ ବସିଥିବା ସମୟରେ ତାଙ୍କ ସ୍ଵାମୀ ସଞ୍ଜୟ ଛାତ ଉପରୁ ଠେଲି ଦେବାକୁ ଉଦ୍ୟମ କରିଥିଲେ ।କୌଣସି ପ୍ରକାରେ ରୀତା ସେଠାରୁ ଖସି ପଳାଇ ଆସିଥିଲେ ବୋଲି କହିଛନ୍ତି ।ସଞ୍ଜୟ କିନ୍ତୁ ରୀତାକୁ ଜୀବନରେ ମାରିବା ପାଇଁ ପୁରା ଯୋଜନା ଚଳାଇଥିଲେ ।ରୀତା ଘରେ ଥିବା ସମୟରେ କିଛି ସାନିଟାଇଜର ତାଙ୍କ ଉପରେ ଢ଼ାଳିବା ସହ ନିଆଁ ଲଗାଇଦେଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ରୀତାଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସାହାପୁର ବୋଲି ଜଣାପଡିଛି ।ଏ ନେଇ ଥାନାରେ ଏକ ଏତଲା ଦିଆଯିବ ବୋଲି ରୀତାଙ୍କ ବାପା ଛେନା ପ୍ରଧାନଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here