ଭିଜିଲାନ୍ସ ଜାଲରେ ସହକାରୀ ଶିକ୍ଷକ

0
706

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁର ଉପକଣ୍ଠ ଗଉଞ୍ଜୁ ବାଉରିବନ୍ଧୁପାଳ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସଦାନନ୍ଦ ଭିଜିଲାନ୍ସ ଜାଲରେ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଶିକ୍ଷକ ସଦାନନ୍ଦ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି ।ଆଙ୍କୁଲି ଗୋବିନ୍ଦ ନଗରରେ ତିନି ମହଲା କୋଠା, ଦୁଇ ମହଲା କୋଠା, ଗଉଞ୍ଜୁଠାରେ ଥିବା ଘର ଏବଂ ସ୍କୁଲ ସହ ୪ଟି ସ୍ଥାନରେ ଜାରି ରହିଛି ଚଢାଉ । ଏ ନେଇ ଭିଜିଲାନ୍ସ ଏସ୍ପି ଶ୍ରୀ ମାୟାଧର ସ୍ୱାଇଁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here