ଡାବୁଗାଁ ଲ୍ୟାମ୍ପ ରେ ତାଲା ପକାଇଲେ ଚାଷୀ

0
390

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଗତ ଦଶ ତାରିଖରେ ଏକ ବିରାଟ କୃଷକ ଆନ୍ଦୋଳନ ମାଧ୍ୟମରେ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ଚାଷୀ। ସତ୍ୟ ରଞ୍ଜନ ପାତ୍ର, ଜୟନ୍ତ କୁମାର ପାତ୍ର ଏବଂ ରାଜେନ୍ଦ୍ର ମିଶ୍ର ଙ୍କ ନେତୃତ୍ବରେ ଚାଲିଥିବା ଏହି କୃଷକ ଆନ୍ଦୋଳନ କୁ ପ୍ରଶାସନ ର ୟୁରିଆ ଯୋଗାଇ ଦେବା ପ୍ରତିଶୃତି ପରେ ସ୍ଥଗିତ କରା ଯାଇଥିଲା। ଆବଶ୍ୟକତା ରୁ କମ୍ ୟୁରିଆ ଆସିଥିବା ଯୋଗୁଁ ଚାଷୀ ମାନଙ୍କ ଅସନ୍ତୋଷ ଆହୁରି ଅଧିକ ବଢ଼ିବାରେ ଲାଗିଲା। ଆଜି ଅର୍ଥାତ୍ ଅଗଷ୍ଟ ତେର ତାରିଖ ସକାଳ ଦଶ ଘଣ୍ଟା ସମୟରେ ଡାବୁଗାଁ ଲ୍ୟାମ୍ପ କୁ ତାଲା ପକାଇ ଦେଇଥିବା ସୂଚନା ମିଳିଛି। ତାଲା ପକାଇବା ର ଅଳ୍ପ ସମୟ ପରେ ରାଷ୍ଟ୍ରବାଦୀ କୃଷକ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର , ବିଜୁ ଜନତା ଦଳର ବରିଷ୍ଠ ନେତା ଏମ୍ ଆପାରାଓ, ଏବଂ ବ୍ଲକ କଂଗ୍ରେସ ଉପ ସଭାପତି ଗୁପ୍ତ ବିଷୟୀ ଉକ୍ତ ସ୍ଥାନରେ ଉପସ୍ଥିତ ହୋଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ସମସ୍ୟାର ସମାଧାନ ପାଇଁ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ରାଷ୍ଟ୍ରବାଦୀ କୃଷକ ମହାସଂଘ ର ପ୍ରତିଷ୍ଠାତା ଜୟନ୍ତ କୁମାର ପାତ୍ର ସହ ଚାଷୀ ମାନେ ସ୍ଥାନୀୟ କୃଷି ଅଧିକାରୀ ଦୂର୍ଯ୍ୟୋଧନ ଜାନୀ ଙ୍କ କାର୍ଯ୍ୟାଳୟ କୁ ଯାଇ ନିଜ ଦାବୀ ପୁନଃ ଉପସ୍ଥାପନ କରିଥିଲେ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here