ଚନ୍ଦନା ମଲ୍ଲିକ ନବରଙ୍ଗପୁର ଜିଲ୍ଲା କ୍ରୀଡ଼ା ସଂଘ ମହିଳା ସଂଯୋଜକ

0
582

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘ ମହିଳା ସଂଯୋଜକ ଭାବେ ଉମରକୋଟର ଚନ୍ଦନା ମଲ୍ଲିକ ମନୋନୀତ ହୋଇଛନ୍ତି । ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଏହା ଦ୍ଵାରା ଜିଲ୍ଲାର ସମସ୍ତ ମହିଳା ଖେଳାଳି ଉପକୃତ ହେବେବୋଲି ସଭାପତି ଓ ସମ୍ପାଦକ ଆଶା ପ୍ରକଟ କରିଛନ୍ତି । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ କ୍ରୀଡା , ତଥା ମହିଳା କ୍ରୀଡାବିତଙ୍କୁ ଉତ୍ସାହିତ କରିଛନ୍ତି । ସେହିଭଳି ନବରଙ୍ଗପୁର ଜିଲ୍ଲା କ୍ରୀଡା ସଂଘ ମଧ୍ୟ ମହିଳା କ୍ରୀଡ଼ାବିତଙ୍କ ଖେଳ ସମ୍ବନ୍ଧୀୟ ସମସ୍ତ କଥା ବୁଝିବା ଲକ୍ଷ୍ୟରେ ତାଙ୍କୁ ମନୋନୀତ କରାଯାଇଛି ବୋଲି ସୂଚନା ମିଳିଛି ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here