ସେମିଲିଗୁଡା ପୋଲିସ ଦ୍ୱାରା ୨୭୫ କେଜି ଗଞ୍ଜେଇ ଜବତ

0
339

କୋରାପୁଟ (ନ୍ୟୁଜ ଏକ୍ସଟ୍ରା)କଣ୍ଟେନର ଗାଡିର ଉପରେ ତିଆରି ସ୍ବତନ୍ତ୍ର କେବିନ ମଧ୍ୟରେ ଗଂଜେଇ ଗୁଡିକୁ ଛୋଟ ଛୋଟ ପ୍ୟାକେଟ କରି ଚାଲାଣ କରାଯାଉଥୁବାବେଳେ ଧରାପଡିଛି । ଗାଡି ଡ୍ରାଇଭର ସହ 2 ଜଣ ଗିରଫ ହୋଇଛନ୍ତି lଗିରଫ ବ୍ୟକ୍ତିମାନେ ପାଡୁଆ ଅଂଚଳର ବୋଲି ଜଣାପାଡିଛି ।
ନନ୍ଦପୁର ପଟୁ ସେମିଲିଗୁଡା ଅଭିମୁଖେ ଏହି କଣ୍ଟେନର ଗାଡି ଆସୁଥିବା ବେଳେ ପୋଲିସ ଗାଡି ଦେଖି ଖସିଯିବାକୁ ଉଦ୍ୟମ କରିଥିଲା l ତେବେ ଆଇଆଇସି କ୍ଷୀରେଶ୍ୱର ସାହୁଙ୍କ ନେତୃତ୍ୱରେ ପୁଲିସି ଦଳ ଗାଡିର ପିଛାକରି ସୀତମ କଲେଜ ନିକଟରେ ଅଟକାଇଥିଲେ l ଗାଡି ଯାଞ୍ଚ କରିବାରେ ସେଥିରେ ବିପୁଳ ଗଞ୍ଜେଇ ଥିବା ଜଣାପଡିଥିଲା l ସେମିଲିଗୁଡା ତହସିଲଦାରଙ୍କ ଉପସ୍ଥିତିରେ ଗଞ୍ଜେଇ ଜବତ କରାଯାଇଛି l ଜବତ ଗଞ୍ଜେଇ 275 କେଜି ଥିବା ଆଇଆଇସି ଶ୍ରୀ ସାହୁ କହିଛନ୍ତି l ଏନେଇ ସେମିଲିଗୁଡା ଥାନାରେ ପୋଲିସ ଏକ ମାମଲା ୠଜୁକରି ଗାଡି ଡ୍ରାଇଭର ସହ ଅନ୍ୟଜଣେ ଗଞ୍ଜେଇ ମାଫିଆକୁ ଗିରଫ କରିଛି
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here