ନବୋଦୟ ପ୍ରବେଶିକା ପରୀକ୍ଷା ଦେଲେ ୧୨୮ ଛାତ୍ରଛାତ୍ରୀ

0
244

ବୁଗୁଡା:ବୁଗୁଡା ପିପୁଲସ ହାଇ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଅଗଷ୍ଟ ୧୧ ତାରିଖ ଦିନ ଜବହାର ନବୋଦୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ମୋଦନ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକର ଗୋଟିଏ ପରୀକ୍ଷା କେନ୍ଦ୍ର ପିପୁଲସ ହାଇସ୍କୁଲରେ ୧୬୧ ଜଣ ପରୀକ୍ଷା ଦେବା ନିମନ୍ତେ କୋଭିଡ ନିୟମ ପ୍ରକାରେ ପ୍ରସ୍ତୁତ ହୋଇଥିଲେ ମଧ୍ୟ ୧୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ବିଷୟ ପରୀକ୍ଷା କେନ୍ଦ୍ର ଅଧିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ ପ୍ରକାଶ କରିଥିଲେ। ବୁଗୁଡା ବ୍ଲକର ପର୍ଯ୍ୟବେକ୍ଷକ ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଓ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ସୁରଙ୍ଗି ଜବହାର ନବୋଦୟ ବିଦ୍ୟାଳୟର ଶିକ୍ଷକ ସୁବଳ କୁମାର ଶର୍ମା ଯୋଗଦେଇଥିଲ। ପରୀକ୍ଷା କେନ୍ଦ୍ର ଶ୍ରେଣୀ ପ୍ରକୋଷ୍ଠ ନିରୀକ୍ଷକ ଭାବେ ପିପୁଲସ ହାଇ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ ପରିଚାଳନା କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here