ଷ୍ଟାଫ ସିଲେକ୍ସନ ବୋର୍ଡ଼ ଦୁର୍ନୀତି ର ବିଚାର ବିଭାଗୀୟ ତଦନ୍ତ ଦାବିରେ ବିକ୍ଷୋଭ ଓ ପ୍ରତିବାଦ

0
221

ବ୍ରହ୍ମପୁର:ଓଡିଶା ଷ୍ଟାଫ ସିଲେକ୍ସନ ବୋର୍ଡ଼ ର ନିଯୁକ୍ତି କ୍ଷେତ୍ରରେ ହୋଇଥିବା ନିଲାମ, ଜାଲିଆତି, ବ୍ୟାପକ ଦୁର୍ନୀତିର ବିଚାର ବିଭାଗୀୟ ତଦନ୍ତ ଦାବିରେ ଆଜି ଭାରତର ଛାତ୍ର ଫେଡେରେସନ (SFI )ଏବଂ ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ( DYFI )ତରଫରୁ ଆଜି ବ୍ରହ୍ମପୁର କମାପଲ୍ଲୀ ଛକ ଠାରେ ବିକ୍ଷୋଭ ଓ ପ୍ରତିବାଦ ସଂଗଠିତ ହୋଇଯାଇଛି. ଆଜିର ଏହି କାର୍ଯ୍ୟକ୍ରମ ରେ ଏସ ଏଫ ଆଇର ପୂର୍ବତନ ଛାତ୍ର ନେତା ବସନ୍ତ ନନ୍ଦ ଯୋଗ ଦେଇ ଵକ୍ତବ୍ୟ ଦେଇ କହିଥିଲେ ଯେ,ଷ୍ଟାଫ ସିଲେକ୍ସନ ବୋର୍ଡ଼ ଜରିଆରେ ସରକାରୀ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଯେଉଁ ଦୁର୍ନୀତିର ଫର୍ଦ୍ଦା ଫାସ ହୋଇଛି ତାହା ରାଜ୍ୟ ସରକାରଙ୍କ ଅପାରଗତା ହିଁ ଦାୟୀ ବୋଲି କହିଥିଲେ. ନିଯୁକ୍ତି କ୍ଷେତ୍ରରେ ଲାଞ୍ଚ କାରବାର, ଜାଲିଆତି ଯୋଗୁଁ ବହୁ ମେଧାବୀ ଯୁବକ ଯୁବତୀ ଚାକିରୀ ପାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି. ଏଣୁ ତଳ ଠାରୁ ଉପର ପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତି ର ସ୍ୱତନ୍ତ୍ର ଅନୁସଂଧାନ କାରି (sit)ଦଳ ଦ୍ୱାରା ତଦନ୍ତ କରି ଦୋଷୀ ଙ୍କ ଉପରେ କଠୋର ଦଣ୍ଡ ବିଧାନ କରିବାକୁ ସେ ଦାବି କରିଛନ୍ତି. ନଚେତ ଆଗମୀଦିନରେ ବ୍ୟାପକ ଆନ୍ଦୋଳନ ଗଢ଼ି ତୋଳିବାକୁ ସେ ଆହ୍ୱାନ ଦେଇଛନ୍ତି. ଆଜିର ଏ ପ୍ରତିବାଦ କାର୍ଯ୍ୟକ୍ରମ ରେ ଯୁବ ଫେଡେରେସନ ଜିଲ୍ଲା ସଭାପତି ତ୍ରିଲୋଚନ ପ୍ରଧାନ, ସମ୍ପାଦକ ଅଜିତ ପାଣିଗ୍ରାହୀ, ଶ୍ରୀଧର ପ୍ରଧାନ, ପ୍ରଦୀପ ମଣ୍ଡଳ, ଟୁକୁନା ସ୍ୱାଇଁ, କୃଷ୍ଣ ତରାଇ, ବୈରାଗୀ ମଲ୍ଲିକ, ସୁମନ୍ତ ଦଳବେହେରା, ଏବଂ ଛାତ୍ର ଫେଡେରେସନ ନେତା ଚନ୍ଦ୍ର ଶେଖର ନାୟକ, ବିଶାଳ ନାୟକ, ସମୀର ସାହୁ ଏବଂ ସୁମନ ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ.

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here