ବ୍ରହ୍ମପୁର ନଗର କଂଗ୍ରେସ ଦ୍ୱାରା ମହାପୁରୁଷ ମାନଙ୍କ ପ୍ରତିମୂର୍ତିର ସମ୍ପୂର୍ଣ ମରାମତି/ପୁର୍ନର୍ଧାର ପାଇଁ ଦାବି ପତ୍ର ପ୍ରଦାନ

0
228

ବ୍ରହ୍ମପୁର :ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା ତଥା ଅଖିଳ ଭାରତୀୟ କିଷାନ କଂଗ୍ରେସର ଯୁଗ୍ମ ସଂଯୋଜକ ଶ୍ରୀଯୁକ୍ତ ରଶ୍ମି ରଞ୍ଜନ ପଟ୍ଟନାୟକ ମିଳିତ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ନଗର କଂଗ୍ରେସ ପକ୍ଷରୁ ସଭାପତି ଶ୍ରୀଯୁକ୍ତ ସୁଜୟ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଜି ୧୧/୦୮/୨୦୨୧ ବୁଧବାର ସକାଳ ଘ୧୧.୦୦ମି ସମୟରେ ଦଳର ବହୁ କର୍ମୀ,ନେତା ସ୍ଥାନୀୟ ବାପୁଜୀ ଆଶ୍ରମ ଠାରୁ ଏକ ରାଲିରେ ବାହାରି ବ୍ରହ୍ମପୁର ନଗର ନିଗମ କାର୍ଯ୍ୟାଳୟ ଯାଏଁ ଯାଇ ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ|ପରେ ନଗର ନିଗମର ଆୟୁକ୍ତଙ୍କ ଅନୁପସ୍ଥିରେ ନଗର ନିଗମର ଉପାୟୁକ୍ତଙ୍କୁ ପୌର ପ୍ରଶାସକଙ୍କ ଉଧେଶ୍ୟରେ ଏକ ଦାବିପତ୍ର ଦେଇଥିଲେ| ଆଜିର କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଂଗ ପ୍ରକାରେ ସହରରେ ଥିବା ସବୁ ମହିୟସୀ ମହିଳା ତଥା ମହାପୁରୁଷ ମାନଙ୍କ ପ୍ରତିମୂର୍ତି ଗୁଡ଼ାକର ତୁରନ୍ତ ସମ୍ପୂର୍ଣ ମରାମତି/ପୁର୍ନର୍ଧାର ତଥା ବର୍ଷ ତମାମ ସେଗୁଡାକର ଠିକରେ ରକ୍ଷଣାବେକ୍ଷଣ ସାଙ୍ଗକୁ ଫାଷ୍ଟ ଗେଟ ଠାରେ ପୂର୍ବରୁ ସ୍ଥାପିତ ହୋଇଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତିର ପୁନଃସ୍ଥାପନ କରିବା ପାଇଁ ଦାବି କରିଥିଲେ|ଆଗାମୀ ୪୫ ଗୋଟି ସରକାରୀ କାର୍ଯ୍ୟ ଦିବସ ମଧ୍ୟରେ ଏହା ନକରିଲେ କଂଗ୍ରେସ ଦଳ ରାଜ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ସାଙ୍ଗକୁ ନିଜେ ସମସ୍ତ କାର୍ଯ୍ୟ କରିବ ବୋଲି ଦଳ ପକ୍ଷରୁ ଆଜି ଚେତାବନୀ ମଧ୍ୟ ଦିଆଯାଇଥିଲା|

LEAVE A REPLY

Please enter your comment!
Please enter your name here