ଗଛ କେଳେଙ୍କାରୀ ତଦନ୍ତରେ କାହିଁକି ଶୀତଳତା;ପ୍ରଶ୍ନ ଉଠାଉଛନ୍ତି କଂଗ୍ରେସ ନେତା ପୀତବାସ ପଣ୍ଡା

0
232

ବ୍ରହ୍ମପୁର:ସହରକୁ ସୁନ୍ଦର ଓ ସବୁଜ କରିବାପାଇଁ ସରକାରଙ୍କ ତରଫରୁ ଗତ କିଛି ବର୍ଷ ହେଲା ଲଗା ଯାଉଥିବା ଗଛରେ ବ୍ୟାପକ କେଳେଙ୍କାରୀ ଚାଲିଛି l ସୂଚନା ଅଧିକାର ଆଇନ ଦ୍ଵାରା ମିଳିଥିବା ତଥ୍ୟ ଅନୁଯାଇ 2015ରୁ 2018 ମଧ୍ୟରେ ମାତ୍ର ଚାରୀ ବର୍ଷରେ ବ୍ରହ୍ମପୁର ଉନ୍ନୟନ କତୃପକ୍ଷ ଗୋଟିଏ ବି ଗଛ ନ’ ଲଗାଇ କେବଳ ଟ୍ରି-ଗାଡ଼ ତିଆରି ବାବଦରେ 45ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି l ଏହି ବିପୁଳ ପରିମାଣର ଧନ ରାଶିକୁ ବିନା ଟେଣ୍ଡରରେ କାହିଁକି ଓ କିପରି ଜଣେ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ଦିଆଗଲା, ତାର ଭିଜିଲାନ୍ସ ତଦନ୍ତ କରିବାକୁ ଆଇନଜୀବ ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ବ୍ରହ୍ମପୁର ଭିଜିଲାନ୍ସ ଏସ. ପି ଙ୍କୁ ଏକ ଏଫ. ଆଇ. ଆର ଦେଇଥିଲେ କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ତଦନ୍ତ କରା ଗଲାନାହିଁ l
ବର୍ତମାନ ପୁଣି ସୂଚନା ଅଧିକାର ଆଇନ ଦ୍ଵାରା ପ୍ରାପ୍ତ ତଥ୍ୟ ଅନୁଯାଇ ବ୍ରହ୍ମପୁର ମହାନଗର ନିଗମ ଗତ 2019ଓ 2020, ଦୁଇ ବର୍ଷରେ ମାତ୍ର ଦୁଇ ହଜାର ଗଛ ଲଗାଇଛି ଓ ଏଥିପାଇଁ 29ଲକ୍ଷ 33ହଜାର 4ସହ ଆଠ ଟଙ୍କା ଖର୍ଚ୍ଚ କରିଛନ୍ତି l ଅତଏବ ଗୋଟିଏ ଗଛ ଲଗାଇବା ପାଇଁ 15ସହ 18ଟଙ୍କା ଖର୍ଚ୍ଚ କରାଯାଇଛି ଏବଂ ଏହି କାର୍ଯ୍ୟକୁ କଲିକତାର ରୋଜାରୀ କମ୍ପାନୀକୁ ଦିଆଯାଇଥିବା ସୂଚନା ଆଇନରୁ ପ୍ରାପ୍ତ ତଥ୍ୟରୁ ଜଣାଯାଇଛି l
ଦୁର୍ଭାଗ୍ୟର କଥା ପୌର ସଂସ୍ଥାକୁ ମଗାଯାଇଥିବା ତଥ୍ୟରେ ସହରରେ ପାଞ୍ଚ ବର୍ଷରେ କେତେ ଗଛ ଲଗାଯାଇଛି, କେତେ ଗଛ ବଂଚିଛି, କେତେ ଗଛ ମରିଯାଇଛି ତାରି ସଠିକ ଉତ୍ତର ନଦେଵା କାରଣ କଣ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିବା ସହ,ସହର ର ପ୍ରତି ୱାର୍ଡରେ କାର୍ଯ୍ୟରତ ସ୍ୱୟଂ ସହାୟିକା ଗ୍ରୁପ ଦ୍ଵାରା ଲଗା ଯାଉଥିବା ଗଛ ଗୁଡିକୁ ଗୋଟିଏ ଗଛକୁ 190ଟଙ୍କା ହିସାବରେ ସେମାନଙ୍କୁ ପୈଠ କରାଯାଉଛି l ଅର୍ଥାତ ବଳକା 1328ଟଙ୍କା କେବଳ ଟ୍ରି-ଗାଡ଼ ପାଇଁ ଖର୍ଚ୍ଚ କରା ଯାଇଛି କି? ଅତଏବ ସହରରେ ଗଛ ନାଁ ରେ ଯେଉଁ ବ୍ୟାପକ କେଳେଙ୍କାରୀ ଚାଲିଛି ତାରି ଏକ ବିଧିବଦ୍ଧ ତଦନ୍ତ କରିବାକୁ ସରକାର କାହିଁକି ଡରୁଛନ୍ତି ବୋଲି ଆଇନଜୀବ ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି l

LEAVE A REPLY

Please enter your comment!
Please enter your name here