ପଶୁ ସ୍ବେଚ୍ଛାସେବୀ ଲଲାଟେନ୍ଦୁ ଚୌଧୁରୀଙ୍କ ପ୍ରଚେଷ୍ଟାରେ ରୋଗାକ୍ରାନ୍ତ ମାଙ୍କଡ ଚିକିତ୍ସିତ

0
374

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ଲୋକଙ୍କୁ ନେଇ ଏବେ ଗଞ୍ଜାମ ଜିଲ୍ଲା ବିସ୍ପୋରକ ସ୍ଥିତିରେ ପହଞ୍ଚିଛି । ଗତ ଚାରିଦିନ ପୂର୍ବେ କରୋନା ମୁକ୍ତ ଗଞ୍ଜାମ କରୋନାରେ ପାଦ ଥାପିଲା ପରେ ସମଗ୍ର ଜିଲ୍ଲାରେ ହଇଚଇ ସୁଷ୍ଟି ହୋଇଛି । ବର୍ତମାନ ଏହାର ସଂଖ୍ୟା ୪ରେ ଫଞ୍ଚିଥିବା ବେଳେ କରୋନା ଭାଇରସ ସଂକ୍ରମଣ ଆଶଙ୍କାକୁ ଖାତିର ନକରି ସ୍ବେଚ୍ଛାସେବୀ ସେବା ଯୋଗାଇ ଚାଲିଛନ୍ତି । ଆଜି ବ୍ରହ୍ମପୁର ପ୍ରହ୍ଲାଦ ନଗର ୨ୟ ଗଳିରେ ଥିବା ଏକ କୋଠା ଘରେ ଗୋଟେ ମାଙ୍କଡ ତିନି ଦିନ ହେଲା ଅସୁସ୍ଥ ଅବସ୍ଥାରେ ଫସି ରହିଥିବାର ଦେଖି ସ୍ଥାନୀୟ ଲୋକେ ସ୍ବେଚ୍ଛାସେବୀ ତଥା ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ । ଏହାକୁ ଅତି ଗମ୍ଭୀରତା ସହ ନେଇ ଶ୍ରୀ ଚୌଧୁରୀ ବନ ବିଭାଗକୁ ଅବଗତ କରାଇବା ପରେ ବନ ବିଭାଗ ପାରା କର୍ମଚାରୀ ଶ୍ରୀକାନ୍ତ ପଢିଆଳି ଚାତ ଉପରେ ଗୁରୁତର ଅବସ୍ଥାରେ ଥିବା ମାଙ୍କଡକୁ ଉଦ୍ଧାର କରି ଉତ୍ତମ ଚିକିତ୍ସା ପାଇଁ ନେଇଥିଲେ । ଏହି ଉଦ୍ଧାର ସମୟରେ ସାମ୍ବାଦିକ ଅନିଲ କୁମାର ଚୌଧୁରୀ, ଉମା ପାଣିଗ୍ରାହୀ, ସ୍ବେଚ୍ଛାସେବୀ ବୁଢୁ ପାଢୀ, ମୁନା କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ଘଢ଼ିସନ୍ଧି ମୁହୂର୍ତ୍ତରେ ନିଜ ପରିବାର କଥା ଚିନ୍ତା ନକରି ଦିନରାତି ଏକ କରି ନିରୀହ ପଶୁ ପକ୍ଷୀଙ୍କୁ ସେବା କରୁଥିବା ସମାଜସେବୀ ଶ୍ରୀ ଚୌଧୁରୀଙ୍କ ଏହି ମହାନ୍ ସେବା କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରିଥିଲେ ।

LEAVE A REPLY

Please enter your comment!
Please enter your name here