ବାତାମହାବୀର ମନ୍ଦିର ପ୍ରାଙ୍ଗଣରେ ଓଏସଇବି ବିଜୁଳି କର୍ମଚାରୀ ସଂଘର ବୈଠକ

0
292

ଆସିକା(ଜଗନ୍ନାଥ ସାହୁ) ଆଜି OSEB ବିଜୁଳି କର୍ମଚାରୀ ସଂଘ ର ଆସିକା ସର୍କଲ ର ସାଧାରଣ ବୈଠକ ମୁକୁନ୍ଦପୁର ବାତାମହାବୀର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ଏଠାରେ ସଙ୍ଘର ଆଞ୍ଚଳିକ ସମ୍ପାଦକ ଶ୍ରୀ ଦୁର୍ଗା ପ୍ରସାଦ ନନ୍ଦ ଙ୍କ ସଭାପତିତ୍ୱ ସହ ସାର୍କିଲ ସମ୍ପାଦକ ସନ୍ଦୀପ ପରିଡା, ଆସିକା ଡିଭିଜନ ସମ୍ପାଦକ ବସନ୍ତ କୁମାର ସ୍ୱାଇଁ, ଯୁଗ୍ମ ସମ୍ପାଦକ ଏସ ନାରାୟଣ ରାଓ ଦୋରା ଏବଂ କବିସୂର୍ଯ୍ୟନଗର ଡିଭିଜନ ସମ୍ପାଦକ କାନ୍ହୁ ବିଶ୍ୱାଳ ବୈଠକ ଯୋଗ ଦେଇଥିଲେ l ସଂଘ ର ବିଭିନ୍ନ ପ୍ରାନ୍ତରୁ ବହୁତ ସଂଖ୍ୟାରେ ଲାଇନମ୍ୟାନ ଏବଂ ଠିକାକର୍ମଚାରୀ ଭାଇ ଯୋଗ ଦେଇଥିଲେ l ଏଠାରେ ନୂତନ ସଦସ୍ୟ ଭାବେ 40 ଜଣ ଗ୍ରହଣ କରିବା ପାଇଁ ଯୋଗ ଦେଇଥିଲେ।ସଙ୍ଘର ନୂଆଗାଁ ସବଡ଼ିଭିଜ ସମ୍ପାଦକ ଶିବ ମହାରଣା, ଆସିକା ସବଡ଼ିଭିଜ ସମ୍ପାଦକ ଗଣ୍ଡୁ ବେହେରା ଉପସ୍ଥିତ ଥିଲେ lଶ୍ରୀ ନୃସିଂହ ସିଂ ଆସିକା ଡିଭିଜନ ଅର୍ଗନାଇଜ ସମ୍ପାଦକ ରୂପେ ନିର୍ବlଚିତ ହୋଇଛନ୍ତି l

LEAVE A REPLY

Please enter your comment!
Please enter your name here