ବିପ୍ଳବୀ ବୀର ସ୍ବାଧୀନତା ସଂଗ୍ରାମୀ ଚକରା ବିିଷୋୟୀଙ୍କ ସପ୍ତାହ ବ୍ୟାପୀ ଜନ୍ମ ଜୟନ୍ତୀର ଶୁଭାରମ୍ଭ

0
297

ଭଞ୍ଜନଗର : ଚକରା ବିଷୋୟୀ କ୍ଲଚୁରାଲ ଏକାଡେମୀ ପକ୍ଷରୁ ଘୁମୁସର ମାଟିର ବିପ୍ଳବୀ ବୀର ସ୍ବାଧୀନତା ସଂଗ୍ରାମୀ ବୀର ଚକରା ବିିଷୋୟୀଙ୍କ ସପ୍ତାହ ବ୍ୟାପୀ ଜନ୍ମ ଜୟନ୍ତୀର ଶୁଭାରମ୍ଭ ହୋଇଛି। ଶନିବାର ଭଞ୍ଜନଗର ବ୍ଳକ୍ ର ବାହାଡାପଦର ଉଚ୍ଚ ବିଦ୍ୟାଳୟ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଚକରା ବିାଷୋୟୀଙ୍କ ବଳିଦାନ ଦେଶର ସ୍ବାଧୀନତା ସଂଗ୍ରାମ ଇତିହାସରେ ଏକ ସ୍ବର୍ଣ୍ଣିମ ଅଧ୍ୟାୟ। ବିଟ୍ରିଶ ଶାସକ ମାନଙ୍କ ଆଖିରୁ ନିଦ ହଜାଇ ଦେଇଥିଲେ ଏହି ମହାନ ବିପ୍ଳବୀ, ୧୮୨୩ ମସିହାରେ ପବିତ୍ର ଶାମ୍ବ ଦଶମୀରେ ଭଞ୍ଜନଗର ବ୍ଳକ୍ ଅଧୀନ ସାନକୋଦଣ୍ଡା ପଞ୍ଚାୟତର ବିଞ୍ଜଗିରି ଗ୍ରାମରେ ଚକରା ଜନ୍ମ ଗ୍ରହଣ କରିଥିଲେ। ପିଲାଟି ଦିନରୁ ମନରେ ବିପ୍ଳବର ବହ୍ନି ଜଳି ଉଠି ଥିବା ବେ୍ଳେ ଘୁମୁସର ଅଞ୍ଚଳର ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରି ଅଖଡା ପ୍ରସ୍ତୁତ କରି ଯୁବକ ମାନଙ୍କୁ ଯୁଦ୍ଧ ବିଦ୍ୟାର ତାଲିମ ପ୍ରଦାନ କରୁଥିଲେ। ତିଳିସିଂ ପଞ୍ଚାୟତର ଚକରା ଘାଟି ଠାରୁ ଆରମ୍ଭ କରି ରତାଗଡ,ଗାଲେରୀ ନିକଟସ୍ଥ ଘାଟିଶୂଳ,କଳାକାଠି ଜଙ୍ଗଲର ଓଗୁଡୁପଦର,ଡୁମାକୁମ୍ପା ଅଞ୍ଚଳର ବଡରାଉଳ ହାତୀରମୁଣ୍ଡା ପାହାଡ ଆଦି ଚକରାଙ୍କ କର୍ମକ୍ଷେତ୍ର ପାଲଟିଥିଲା। ତାଙ୍କର ପରାକ୍ରମ ଆଗରେ ଇଂରେଜ ମାନେ ମଧ୍ୟ ସମ୍ମାନ ଜଣାଇଥିଲେ। ଘୁମସର ମାଟିର ପ୍ରତିଟି ସ୍ଥାନ ଏହି ମହାନ୍ ବିପ୍ଳବୀଙ୍କ ଗାଥା ବହନ କରୁଥିବା ବେଳେ ଚକାରଙ୍କ ଅନେକ କାହାଣୀ ଆଜି ମଧ୍ୟ ଅନାଲୋଚିତ ହୋଇ ରହିଛି। ଐତିହାସିକ ମାନେ ଆହୁରି ଗବେଷଣା କରି ସେହି ସବୁକୁ ଇତିହାସ ପୃଷ୍ଟରୁ ପୁର୍ନଜୀବିତ କରିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ। ସପ୍ତାହ ବ୍ୟାପୀ ଜୟନ୍ତୀ ପାଳନ କରାଯିବା ପାଇଁ ନିଷ୍ପତି ନିଆଯାଇଛି। କାର୍ଯ୍ୟକ୍ରମରେ ସାନକୋଦଣ୍ଡା ସମିତିସଭ୍ୟା ଶୌଳବାଳା ବିଶୋୟୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସାହିତ୍ୟ ଘର ସଭାପତି କୃ୍ତ୍ତିବାସ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ମନୁନନ୍ଦ ପତି,ଜଗବନ୍ଧୁ ଜେନା,ଶୂଳପାଣି ଶତପଥୀ,ଉପସଭାପତି ନେତାଜୀ ବିଷୋୟୀ,ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନ, କୋଷାଧ୍ୟକ୍ଷ ତ୍ରିନାଥ ବେହେରା,ବରିଷ୍ଠ ସଦସ୍ୟ ଅନୁପମ ବାନାର୍ଜି,ଜଗଦୀଶ ପାଣିଗ୍ରାହୀ,ସୁବାଷଚନ୍ଦ୍ର ତାରିଣୀ,ପଞ୍ଚାନନ ପାଳ ପ୍ରମୁଖ ଚକରାଙ୍କ ବୀରତ୍ବ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବହୁ ଛାତ୍ରଛାତ୍ରୀ ମଧ୍ୟ ଚକରାଙ୍କ ଜୀବନୀ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ହୃଷିକେଶ ନାୟକ,ନରେନ୍ଦ୍ର ପ୍ରଧାନ,ବିବେକାନନ୍ଦ ସାହୁ,ମଧୁସୂଦନ ବେହେରା,ଜିତେନ୍ଦ୍ର କୁମାର ବେହେରା,ଗଣେଷ ନାୟକ,ସନ୍ତୋଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ତୋଷ କୁମାର ଜେନା ସଂଯୋଜନା କରିଥିବା ବେଳେ ସଙ୍ଗଠନ ସମ୍ପାଦକ ବିଶ୍ବମ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସାହିତ୍ୟ ଘରର ସଦସ୍ୟଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏଥିସହ ଆଗାମୀ ଦିନରେ କୋକଳବା ଜ୍ଞାନ ପଟ୍ଟନାୟକ ଉଚ୍ଚ ବିଦ୍ୟାଳୟ,ତନରଡା ଅର୍ଯ୍ୟକନ୍ୟା ଗୁରୁକୁଳ ଆଶ୍ରମ,ବଡ କୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟ,ଚକରାଙ୍କ ପ୍ରତିମୂର୍ତ୍ତି ନିକଟରେ ଚକରାଙ୍କ ଜୟନ୍ତୀ ପାଳନ କରାଯିବ ବୋଲି ଜଣାପଡିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here