ପାପଡ଼ାହାଣ୍ଡି ଓ ଡାବୁଗାଁ ରେ ବିଜୁ ଜନତା ଦଳ କର୍ମୀ ସମ୍ମଳନୀ

0
400

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସ୍ଥିତ ଡାକ ବଙ୍ଗଳା ଠାରେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ସଭାପତି ତଥା ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବିଜେଡି ରାଜ୍ୟ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗଦେଇ ଦଳୀୟ ସଂଗଠନକୁ ସୁଦୃଢ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆହ୍ବାନ ଦେଇଥିଲେ । ବିଜେଡି କାମରେ ବିଶ୍ବାସ ରଖେ , କଥାରେ ନୁହେଁ ବୋଲି ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅଂଚଳରେ ଦଳୀୟ କର୍ମୀ ସରକାରଙ୍କ ଯୋଜନା ଗୁଡିକ ଲୋକଙ୍କ ପାଖରେ କିଭଳି ଠିକ୍ ରୂପେ ପହଞ୍ଚିବ ସେଥିପ୍ରତି ଗୁରୁତ୍ବ ଦେବାକୁ କହିଥିଲେ । ସେହିପରି ଲୋକଙ୍କ ନିକଟତର ହୋଇ ଅଭାବ ଅସୁବିଧା ବୁଝି ତାହାର ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନହୋର ରନ୍ଧାରୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭତରା , ଉପାଧ୍ୟକ୍ଷା ନିବେଦିତା ମହାନ୍ତି , ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଅର୍ଜୁନ ତ୍ରିପାଠୀ , ଜିଲ୍ଲା ଯୁବ ବିଜେଡି ସଭାପତି ଶିବା ବିଶୋଇ , ଜିଲ୍ଲା ସଭାନେତ୍ରୀ ମଞ୍ଜୁଳା ମାଝା , ସ୍ଵାଧୀନ ପଟ୍ଟନାୟକ , ତ୍ରିନାଥ ପ୍ରଧାନଙ୍କ ସହ ବିଜେଡି କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରୁ ଅନ୍ୟ ଦଳ ଛାଡ଼ି ୪ଜଣ କର୍ମୀ ବିଜେଡିରେ ଯୋଗ ଦେଇଥିଲେ ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here