ଝରିଗାଁ ବ୍ଳକ ରେ ବିଜୁ କର୍ମୀ ସମ୍ମିଳନୀରେ ବିଜୁପ୍ରେମୀଙ୍କୁ ଦିଆଗଲା ଗୁରୁମନ୍ତ୍ର

0
348

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲାକୁ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକଶ ଦାସ ( ବବି ) ଙ୍କ ଦିନିକିଆ ଗସ୍ତବେଳେ ଝରିଗାଁ ବ୍ଳକ କୁ ଗ୍ରସ୍ତ କରିଥିଲେ । ଏହି ଅବସରରେ ବରିଷ୍ଠ ନେତୃବୃନ୍ଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ତୃଣମୂଳସ୍ତରରେ ଲୋକଙ୍କ କଥା ବୁଝିବାକୁ ବବି କର୍ମୀମାନଙ୍କୁ କହିଛନ୍ତି । ବିଜେଡି ଜିଲ୍ଲା ସଂଯୋଜକ ପ୍ରମୋଦ ପାଢିଙ୍କ ଅଧ୍ୟକ୍ଷତାରେ ଏଠାରେ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝି , କଟକ ବିଧାୟକ ଚନ୍ଦ୍ରସାରଥୀ ବେହେରା , ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝି , ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ରାଜ୍ୟ ଛାତ୍ର ସଭାପତି ଦିଲୁ ପଣ୍ଡା , ରାଜ୍ୟ ମହିଳା କାର୍ଯ୍ୟକାରୀ ସଭାପତି ନିବେଦିତା ମହାନ୍ତି , ନବୀନା ନାୟକ , ମଞ୍ଜୁଳା ମାଝି , ଡାବୁଗାଁ ବ୍ଳକ ପର୍ଯ୍ୟବେକ୍ଷକ ଅଶୋକ କୁମାର ମୂର୍ତ୍ତି , ସାଂସଦ ପ୍ରତିନିଧିପ୍ରିୟରଞ୍ଜନ ଦାସ , ଜିଲ୍ଲା ପରିଷଦ ସଭ୍ୟ ମୋହନ ନାୟକ , ଜିଲ୍ଲା ଯୁବ ସଭାପତି ଶିବାନନ୍ଦ ବିଶୋୟୀ ପ୍ରମୁଖ ବରିଷ୍ଠ ନେତାଙ୍କୁ ଝରିଗାଁ ବିଜେଡି ପକ୍ଷରୁ ସ୍ବାଗତ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କୁ ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବାବେଳେ ଦଳୀୟ ସଂଗଠନକୁ ଏଠାରେ କିପରି ମଜବୁତ କରାଯାଇ ପାରିବ ସେ ନେଇ ଶ୍ରୀ ଦାସ ନାନା ପରାମର୍ଶ ଦେଇଥିଲେ । ନବନିଯୁକ୍ତ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନାଗୁଡିକର ସଫଳ ରୂପାୟନ କରିବାକୁ କହିଥିଲେ । ପ୍ରତି ବିଜୁପ୍ରେମୀ ତୃଣମୂଳସ୍ତରରେ ପହଞ୍ଚି ଲୋକଙ୍କ ନିକଟତର ହେବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସଭାପତି ଉଦୟ ନାୟକ , ଆତ୍ମା ସଭାପତି ଟିକଚାନ୍ଦ ମାଝି , , ଶିବରାମ ଶତପଥୀ , ସଞ୍ଜୟ ଲେଙ୍କା , ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here