ଷ୍ଟାପ୍ ସିଲେକ୍ସନ୍ କମିସନରେ ଦୁର୍ନୀତି ଅଭିଯୋଗ ଆଣି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0
335

ଭଞ୍ଜନଗର:ଓଡ଼ିଶା ଷ୍ଟାପ୍ ସିଲେକ୍ସନ୍ କମିସନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରୁ ଭିଜିଲାନ୍ସ୍ ଚଢ଼ଉରେ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ମିଳିବା ପରେ କମିସନରେ ବଡ଼ ଧରଣର ନିଯୁକ୍ତି ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ ଆଣିଛି। ଏହି ଦୁର୍ନୀତି ଯୋଗୁ ବହୁ ଯୋଗ୍ୟ ଆଶାୟୀ ଚାକିରୀରୁ ବଞ୍ଚିତ ହେଉଥିବା ବେଳେ ଚାକିରୀ ବିକ୍ରି କରି ଯୁବକ ମାନଙ୍କ ଭବିଷ୍ୟତ ସହ ଖେଳ ହେଉଛି। ଏଥିରେ ରାଜ୍ୟ ସରକାରଙ୍କ ପ୍ରତ୍ସନ ହାତ ରହିଥିବା ବିଜେପି ଯୁବ ମୋର୍ଚ୍ଚା ଅଭିଯୋଗ ଆଣି ଆଜି ଭଞ୍ଜନଗରରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ବରେ ବରିଷ୍ଠ ନେତା ପ୍ରଦ୍ୟୁମ୍ନ ନାୟକ,ସନ୍ତୋଷ କୁମାର ପାଳ,ସନ୍ତୋଷ ତିଆଡି,ପ୍ରଦୀପ ସାହୁ,ସହଦେବ ପ୍ରଧାନ,ସଂଯୋଜକ ରାଧା ମୋହାନ ପରିଡା,ସମୀର ନାୟକ,ପ୍ରଭାକର ପାତ୍ର,ବିଷ୍ଣୁପ୍ରସାଦ ପ୍ରଧାନ,ସାଗର ପ୍ରଧାନ,ଲକ୍ଷ୍ମୀ ପାତ୍ର ପ୍ରମୁଖ ମୁଖ୍ୟ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତହସିଲ ଛକ ନିକଟକୁ ଯାଇ ସେଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here