ଅଳିଆ ଆବର୍ଜନା ପାଇଁ ମଶାଙ୍କ ଉତ୍ପାତ

0
262

କୋଦଳା(ଭଞ୍ଜ କିଶୋର ମହାରଣା) ଦିନକୁ ଦିନ ମଶା ଓ ମାଛି ମାନଙ୍କ ପାଦୁର୍ଭାଵ ବଢି ବଢି ଚାଲିବା ସହ ମଶାଙ୍କ ବଂଶ ବୃଦ୍ଧି ପାଉଛି। ଏନଏସି ପକ୍ଷରୁ ରାସ୍ତାଘାଟ ଓ ନାଳ ନର୍ଦ୍ଦମା ସଫା କରାଯାଉଚି କିନ୍ତୁ ଏହା ନିର୍ଦ୍ଧିଷ୍ଟ କେତେକ ଡ୍ରେନରେ ହେଉଥିବା ଦେଖିବାକୁ ମିଳୁଛି। ଅଧିକାଂଶ ଡ୍ରେନ ଓ ଅଳିଆ,ଆବର୍ଜନା ପଡିରହୁଥିବା ସ୍ଥାନକୁ ସଫା ନ କରାଯାଉଥିବା ଯୋଗୁଁ ବଂଶ ବିସ୍ତାର ବଢିଚାଲିଛି। ସନ୍ଧ୍ୟା ହୋଇଗଲେ ମଶାଙ୍କ ଉତ୍ପାତ ବଢିଚାଲୁଛି।ଏଭଳିକି ଲୋକଙ୍କ ଘରେ ମଶାଧୁପ ମଧ୍ୟ କାମ ଦେଉନି।
ଏଣେ ମଶା ମାରିବା ପାଇଁ ଉଭୟ ଏନଏସି ଓ ପଞ୍ଚାୟତ ପ୍ରଶାସନ ନିକଟରେ ଅନୁଦାନ ରହିଥିବା ବେଳେ ଏହାର ଉପଯୋଗ ମଧ୍ୟ କରାଯାଉନାହିଁ। ଏଭଳିକି କୋଦଳା ଏନଏସିରେ ମଶା ଧୂଆଁ ମଧ୍ୟ ଛଡ଼ାଯାଉନାହିଁ ।ସେଥି ମଧ୍ୟରୁ ଅନେକ ଡ୍ରେନରେ ନିଷ୍କାସନ ସୁବିଧା ନଥିବା ବେଳେ କେତେକ ସ୍ଥାନରେ ଏହାକୁ ପୋତାଯାଇ ଜଟିଳ ପରିସ୍ଥିତି ସୃଷ୍ଟି କରାଯାଇଛି। ଅନେକ ଜନବସତି ସ୍ଥାନରେ କୁଢ଼ କୁଢ଼ ଅଳିଆ ଜମା ହୋଇ ରହିଥିବାରୁ ମଧ୍ୟ ଏହା ଦେଖାଯାଉଛି। କେବଳ ଯେ ମଶା ନୁହେଁ ମାଛି ଓ ଅନ୍ୟାନ୍ୟ ପୋକଜୋକ ବୃଦ୍ଧି ପାଇ ଆସ୍ୱାସ୍ଥକର ପରିବେଶ ସୃଷ୍ଟି ହୋଇଛି। ଏଥିପ୍ରତି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। କୋଭିଡ଼ି ପାଇଁ ସ୍ୱଚ୍ଛତା ଓ ପରିଷ୍କାର ଅବଲମ୍ବନ ପାଇଁ ବାରମ୍ବାର କୁହାଯାଉଛି। ଏଣୁ ଏହା ଦ୍ବାରା ଜନସାଧାରଣ ମ୍ୟାଲେରିଆ, ଡେଙ୍ଗୁ, ପେଟରୋଗ ଓ ଅନ୍ୟାନ୍ୟ ସଂକ୍ରମଣ ରୋଗରେ ଯେଭଳି ନ ପଡ଼ନ୍ତୁ ଏ ଦିଗରେ ସ୍ଥାନୀୟ ପ୍ରଶାସନ ସମେତ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here