ଭଞ୍ଜନଗର ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

0
518

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ଓକିଲ ସଂଘର ୨୦୨୦-୨୧ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ ସମ୍ପନ୍ନ ହୋଇଛି। ଏଥିରେ ବରିଷ୍ଠ ଓକିଲ ଗୋପାଳ କୃଷ୍ଣ ପ୍ରଧାନ ସଭାପତି ନିର୍ବାଚିତ ହୋଇଥିବା ବେଳେ ସଂପାଦକ ଭାବେ ଅକ୍ଷୟ କୁମାର ସାହୁ ,କୋଷାଦକ୍ଷ ଭାବେ ସୁଶାନ୍ତ କୁମାର ତ୍ରିପାଠୀ,କାଯ୍ୟକାରିଣୀ ସଦସ୍ୟ ଭାବେ ବୈଦ୍ୟନାଥ ସାହୁ , ହରେକୃଷ୍ଣ ମହାପାତ୍ର ଓ ବିଜୟ କୁମାର ପାତ୍ର ନିର୍ବାଚିତ ହୋଇଥିବା ଭଞ୍ଜନଗର ଓକିଲ ସଂଘ ପକ୍ଷରୁ ଚିଠି ନମ୍ବର( ୪୭/୨୦ ) ରେ ଉଲ୍ଲେଖ କରାଯାଇ ସୂଚନା ଦିଆଯାଇଛି। ନିର୍ବାଚିତ ହେବା ପରେ ସମସ୍ତ ସଦସ୍ୟ ପୂର୍ବ ପରି ବାର୍ ର ମଯ୍ୟାଦା ଓ ଗୌରବ କୁ ଅକ୍ଷୁର୍ଣ୍ଣ ରଖିବା ସହ ସମସ୍ତ ବିକାଶ ମୂଳକ କାର୍ଯ୍ୟରେ ସମସ୍ତ ସଦସ୍ୟ ଙ୍କ ସହଯୋଗ କାମନା କରିଛନ୍ତି

LEAVE A REPLY

Please enter your comment!
Please enter your name here