ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକଙ୍କ ପୋଲସରା ଗସ୍ତ

0
225

ପୋଲସରା : ଆଗକୁ ପଞ୍ଚାୟତ ନିର୍ବାଚନ। ବିଜେଡି ତାର ରଣନୀତି ପ୍ରସ୍ତୁତ ପାଇଁ ଆଗୁଆ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଅଗଷ୍ଟ ୦୫ ତାରିଖ, ଗୁରୁବାର ଦିନ ବିଜେଡି ସଂଗଠନକୁ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ଖଣି ଓ ଇସ୍ପାତ ,ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପୋଲସରା ନିର୍ବାଚନ ମଣ୍ଡଳୀ ଗ୍ରସ୍ତରେ ଆସିଥିଲେ । ପୋଲସରା ବସଷ୍ଟାଣ୍ଡରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ମନ୍ତ୍ରୀ ଶ୍ରୀ ମଲ୍ଲିକ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୋଲସରାର କୋଣାର୍କ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ଦଳୀୟ ବୈଠକରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଙ୍କୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ପୁଷ୍ପ ଗୁଛ ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ । କଲ୍ୟାଣୀ ମଣ୍ଡପରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳୀୟ ବୈଠକରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ଼.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୋଲସରା ବିଧାୟକ ଶ୍ରୀ ସାହୁ, ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାଷ ମହାରଣା, ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ଜଗନ୍ନାଥ ସାବତ, ଟି.ଗୋପୀ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପୋଲସରା ବିଜେଡି ସଂପାଦକ ଅଶୋକ କୁମାର ବିଷୋୟୀ, ପୂର୍ବତନ ବୁଗୁଡା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ବେହେରା,ପୋଲସରା ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ପୋଲସରା ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ୱାଇଁ, ପୂର୍ବତନ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ , ପୋଲସରା ନଗର ସଭାପତି ରଞ୍ଜିତ ସାହୁ , ପୂର୍ବତନ ନଗର ସଭାପତି ଭଗବାନ ସାହୁ ଓ ଗୋପାଳ କୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇ ବିଜୁ ଜନତା ଦଳର ସଙ୍ଗଠନ ସ୍ଥିତିକୁ ସୁଦୃଢ କରିବା ଉପରେ ଆଲୋଚନା କରିଥିଲେ । ଏହି ସଭାରେ ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ଓ ବୁଗୁଡା ବ୍ଲକର ଜନପ୍ରତିନିଧି, ପଞ୍ଚାୟତ ସଭାପତି ଓ ବିଜୁ ଜନତା ଦଳର ସକ୍ରିୟ କର୍ମୀ ବୃନ୍ଦ ଉପସ୍ଥିତ ଥିଲେ ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here