ଖଲ୍ଲିକୋଟ ବିଧାୟିକାଙ୍କ ଘରଭଙ୍ଗା ରୁଜା ସହ ବୋମା ମାଡ଼:୪ଗୁରୁତର

0
240

ଖଲ୍ଲିକୋଟ:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଧାୟିକାଙ୍କ ଘରେ ଦୁର୍ବୃତ୍ତଙ୍କ ମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ଭଡ଼ା ଘରେ ଦୁର୍ବୁତ୍ତଙ୍କ ଭଙ୍ଗାରୁଜା ସହ ଖଲ୍ଲିକୋଟ ନିର୍ମଳଝର ନିକଟ ଭଡ଼ାଘରେ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।ଘରେ କେହି ନଥିବାବେଳେ ବାହରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୁତ୍ତ ମାନେ।ବିଧାୟିକାଙ୍କ ନିଜ ଗାଁ କେଶପୁର ପାଟଣାସାହିରେ ସମର୍ଥକଙ୍କ ଉପରେ ଏକାଧିକ ବାର ବୋମା ଫିଙ୍ଗିଥିବା ସୂଚନା ମିଳିଛି। ଯାହା ଫଳରେ ଏହି ବୋମାମାଡ଼ରେ ବିଧାୟିକାଙ୍କ ୪ ଜଣ ସମର୍ଥକ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ଭଙ୍ଗାରୁଜା, ବୋମା ମାଡ଼ ଘଟଣା ଘଟିଥିବା ନେଇ ସୂଚନା ମିଳିଛି।ଏହି ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ନେଇ ଜାଣିବାକୁ ମିଳିଛି।ତେବେ ଏହି ବୋମା ମାଡ଼ ଘଟଣାରେ ପ୍ରେସ ଲେଖା ହୋଇଥିବା ଏକ ବଜାଜ୍ ଡିସ୍କୋଭରି ବାଇକ ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି।ବିଧାୟିକା ବ୍ରହ୍ମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଏକ ସଭା କାର୍ଯ୍ୟରେ ଯୋଗ ଦେବା ପାଇଁ ଆସିଥିଲେ । କିନ୍ତୁ ଘଟଣା ସମ୍ପର୍କରେ ଜାଣିବା ପରେ କାର୍ଯ୍ୟକ୍ରମ ଅଧାରୁ ଚାଲିଯାଇଥିବା ଦେଖିବାକୁ ମିଳିଛି।

ରିପୋର୍ଟ :ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here