ତୁଳସୀପୁର ହାଇସ୍କୁଲରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ, ୩୨୫ ୟୁନିଟ ରକ୍ତ ସଂଗ୍ରହ

0
285

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ରାଣୀ ସାହେବା ତଥା ପୂର୍ବତନ ବିଧାୟିକା ଶ୍ରୀମତୀ ଭି.ସୁଜ୍ଞାନ କୁମାରୀ ଦେଓଙ୍କ ୮୪ ତମ ଜନ୍ମ ଦିବସ ଅବସରରେ ଆଜି ଓଡିଶା ମୋ ପରିବାର ପକ୍ଷରୁ ତୁଳସୀପୁର ପଂଚାୟତ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ଦ୍ଵିତୀୟ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ରକ୍ତଦାନ ଶିବିରରେ ୩୨୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାପଡିଛି । ଉକ୍ତ ରକ୍ତଦାନ ଶିବିର କୁ ରାଜ୍ୟ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଣୀ ଙ୍କ ଜନ୍ମ ଦିନ ର କେକ୍ କାଟିବା ସହ ଆୟୋଜିତ ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଓଡିଶା ମୋ ପରିବାର ସଂଯୋଜକ ସୁବାସ ମହାରଣା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଜଗନ୍ନାଥ ସାବତ,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଖଲ୍ଲିକୋଟ ବ୍ଳକ ଅଧ୍ୟକ୍ଷା ମିନାକ୍ଷୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ସଂଧ୍ୟାରାଣୀ ଦଳେଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ୧୩ ନମ୍ବର ଜିଲ୍ଲାପରିଷଦ ଯୋନର ସମସ୍ତ ପଂଚାୟତର ସରପଞ୍ଚ ମାନଙ୍କ ସହାୟତା ରେ ଯୁବଗୋଷ୍ଠୀ ନିଜର ରକ୍ତ ଦାନ କରିଥିଲେ ।ତୁଳସୀପୁର ସରପଞ୍ଚ ଛବିତା ପାଣ୍ଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ଯୁବନେତା ଦୈତାରୀ ବେହେରା, ରତ୍ନାକର ସାହୁ, ରାମମୋହନ ପଣ୍ଡା, ଶ୍ରୀନିବାସ ସାହୁ, ଦୟାନିଧି ସାହୁ, ଅରୁଣ କୁମାର ଖୁଣ୍ଟିଆ, ସତ୍ୟବ୍ରତ ସ୍ବାଇଁ, ରାମକୃଷ୍ଣ ତରେଇ, ସରପଞ୍ଚ ପ୍ରଫୁଲ୍ଲ କୁମାର ସାହୁ, ଭିକାରି ପାଣ୍ଡି, ସିକ ପାଣ୍ଡି ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଣୀ ସାହେବା ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ଜରିଆରେ ୪୦୦ ଲେଖାଏଁ ମାସ୍କ ଓ ସାବୁନ ପ୍ରଦାନ କରିଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here