ପାଇଖାନା ଦୁର୍ନୀତି ଅଭିଯୋଗରେ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

0
2039

ଡାବୁଗାଁ(ଗଗନ ଗନ୍ତାୟତ) ପାଇଖାନା ଦୁର୍ନୀତି ଅଭିଯୋଗ ରେ ରାଜ୍ୟ ସରକାର ଙ୍କ ଦ୍ଵାରା ନିଲମ୍ବିତ ହୋଇଥିବା ଝରିଗାଁ ବିଡ଼ିଓ ଦେବେନ୍ଦ୍ର ସିଂ ଧାରୁଆ ଙ୍କ ଫେରାର ଘଟଣା କୁ ନିନ୍ଦା କରିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ। ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ ଙ୍କ ନେତୃତ୍ୱରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ନିଲମ୍ବିତ ବିଡ଼ିଓ ଦେବେନ୍ଦ୍ର ସିଂ ଧାରୁଆ କେବଳ ସ୍ୱଚ୍ଛ ଭାରତ ମିଶନ ପାଇଖାନା ଦୁର୍ନୀତି ବ୍ୟତୀତ ବ୍ଲକ ର ମନରେଗା ସହ ଅନେକ ବିକାଶ ମୂଳକ କାର୍ଯ୍ୟରେ ଦୁର୍ନୀତି ରେ ଲିପ୍ତ ଥିବା ନେଇ ଅଭିଯୋଗ କରିଛନ୍ତି । ନିଲମ୍ବିତ ବିଡ଼ିଓ ଙ୍କ ସମେତ ନବରଙ୍ଗପୁର ସାଂସଦ ରମେଶ ମାଝୀ ଙ୍କ ଝରିଗାଁ ବ୍ଲକ ପ୍ରତିନିଧି ପ୍ରିୟ ରଞ୍ଜନ ଦାଶ ବ୍ଲକ ର ବିକାଶ ମୂଳକ କାମରେ ପ୍ରତକ୍ଷ ଭାବେ ସଂଶ୍ଲିଷ୍ଟ ହୋଇ ପ୍ରତ୍ୟେକ କାମରେ ହସ୍ତକ୍ଷେପ କରି କୋଟି କୋଟି ଟଙ୍କାର ମନରେଗା କାମ ରେ ମିଶିନ ଦ୍ୱାରା କାମ କରିଥିବା ଅଭିଯୋଗ କରିଛନ୍ତି । ଏହାସହ ସାଂସଦ ପ୍ରତିନିଧିଙ୍କ ସହ ତାଙ୍କ ର କିଛି ସହକର୍ମୀ ମଧ୍ୟ ଏଭଳି କାମ ରେ ସହଯୋଗ କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ବ୍ଲକ ର ପ୍ରତ୍ୟେକ କାମରେ ଏମାନେ ହସ୍ତକ୍ଷେପ କରି ବିଭିନ୍ନ ଦୁର୍ନୀତି କରି ବିକାଶ ମୂଳକ କାମରେ ପ୍ରତିବନ୍ଧକ ଥିବା କଂଗ୍ରେସ ଅଭିଯୋଗ କରିଛି । ଏହାର ଅନୁସନ୍ଧାନ କରି ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରଶାସନ ନିକଟରେ ସାମ୍ବାଦିକ ସମ୍ମିଳନୀ ରେ ଦାବି କରିଛନ୍ତି ପ୍ରଦୀପ ମାଝୀ । ଏହାସହ ସାଂସଦ ରମେଶ ମାଝୀ ମଧ୍ୟ ଅଭିଯୋଗ ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ସାରା ଜିଲ୍ଲାରେ ବ୍ଲକ ମାନଙ୍କରେ ଦୁର୍ନୀତି ଚାଲିଥିବା ବେଳେ ଏହାର ବିରୋଧରେ ଆସନ୍ତାକାଲି ପାପଡାହାଣ୍ଡି ବ୍ଲକ ଠାରେ ଯୁବ କଂଗ୍ରେସ ତରଫରୁ ମହାଗର୍ଜନ ସମାବେଶ ଅନୁଷ୍ଠିତ କରାଯିବ ଏବଂ ବ୍ଲକ ଘେରାଉ କରାଯିବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ । ଏହି ସମାବେଶ ରେ କେନ୍ଦ୍ରୀୟ ନେତ୍ରୀ ପ୍ରତିଭା ରଘୁବଂଶୀ ଓ ରାଜ୍ୟଯୁବ କଂଗ୍ରେସ ସଭାପତି ଯୋଗ ଦେବେ ବୋଲି ସୂଚନା ଦିଆଯାଇଛି । ଝରିଗାଁ ବ୍ଲକ ଏବଂ ଚିତ୍ରକୋଣ୍ଡା ବ୍ଲକ ରେ ହୋଇଥିବା ସ୍ୱଛ ଭାରତ ମହାଦୁର୍ନୀତି ରେ ଦୁଇଟି ବିଡ଼ିଓ ଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ କୁ ପ୍ରଶଂସା କରିବା ସହିତ ଦୀର୍ଘ ଦିନ ଧରି ସମସ୍ତ ହିତାଧିକାରୀଙ୍କ ଘର ଘର ବୁଲି ତଦନ୍ତ କରିଥିବାରୁ ଏହି ତଦନ୍ତ କୁ ଐତିହାସିକ ତଦନ୍ତ ବୋଲି ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ

LEAVE A REPLY

Please enter your comment!
Please enter your name here