ଅନ୍ତରପଡା ହାଇ ସ୍କୁଲ ପକ୍ଷରୁ ନବମ ଆର୍ଟ ଅଫ ଗିଭିଙ୍ଗି

0
252

ବୁଗୁଡା : ଭୁବନେଶ୍ୱର କିଟ ଓ କିସ ର ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ ୨୦୧୩ ମସିହା ମଇ ୧୭ ତାରିଖ ଦିନ ଆର୍ଟ ଅଫ ଗିଭିଙ୍ଗି ଆରମ୍ଭ କରିଥିଲେ। ଏହି ସଙ୍ଗଠନ ବର୍ତ୍ତମାନ ଏକ ଆନ୍ତର୍ଜାତିୟ ସ୍ତରରେ ଖ୍ୟାତି ଅର୍ଜନ କରିପାରିଛି। ଚଳିତ ବର୍ଷ ଆର୍ଟ ଅଫ ଗିଭିଙ୍ଗିର ବିଷୟ ବସ୍ତୁ ରହିଛି ” Hope – Happiness – Harmony ” । ଏହି ବିଶ୍ୱ ସ୍ତରୀୟ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ଅନ୍ତରପଡା ସ୍ଥିତ ” ମା’ ଶାଙ୍କୁଳେଇ ବିଦ୍ୟାପୀଠ ” ର ପ୍ରଧାନ ଶିକ୍ଷକ କୃତ୍ତିବାସ ପଟ୍ଟନାୟକ ଓ ବିଜ୍ଞାନ ଶିକ୍ଷକ ପ୍ରଦୀପ କୁମାର ସାମନ୍ତରାୟଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ବୃନ୍ଦ ବିଦ୍ୟାଳୟ ହତା ମଧ୍ୟରେ ଓ ରାସ୍ତା କଡରେ ବୃକ୍ଷ ରୋପଣ କରିଥିଲେ। ବନ ବିଭାଗ କର୍ମଚାରୀ ବୃନ୍ଦ ମଧ୍ୟ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଡ଼ଃ ଅଚ୍ୟୁତ ସାମନ୍ତଙ୍କ ଏହି କାର୍ଯ୍ୟକ୍ରମକୁ ଅଞ୍ଚଳର ବୁଦ୍ଧିଜୀବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here