ଏମକେସିଜି ମେଡିକାଲର ସମସ୍ୟା ସମାଧାନ ଦାବିରେ କାର୍ଯ୍ୟରତ ସାମ୍ବାଦିକଙ୍କ ଶାନ୍ତିପୂର୍ଣ୍ଣ ଗଣଧାରଣା

0
248

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲର ବିଭିନ୍ନ ପ୍ରମୁଖ ସମସ୍ୟାକୁ ନେଇ ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣ ଧାରଣା ଦେଇଛନ୍ତି ସହରର ସମସ୍ତ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି । ଦକ୍ଷିଣ ଓଡିଶାର ସମସ୍ତ ଜିଲ୍ଲା ସମେତ ପଡୋଶୀ ରାଜ୍ୟ ଆନ୍ଦ୍ର ପ୍ରଦେଶର ଲୋକମାନେ ମଧ୍ୟ ଏହି ମେଡିକାଲ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଏହା ବର୍ତ୍ତମାନ ଏକ ରେଫରାଲ ମେଡିକାଲ ଭାବେ କାର୍ଯ୍ୟ କରୁଛି । ଏଠାରେ ଥିବା ଅନେକ ବିଭାଗରେ ଅଭିଜ୍ଞ ଡାକ୍ତର ଅଭାବର ରୋଗୀ କଟକ, ଭଊବନେଶ୍ୱର ଓ ବିଶାଖାପାଟନମ ର ମେଡିକାଲ ଗୁଡିକ ଉପରେ ନିର୍ଭରଶୀଳ ହେବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ମେଡିକାଲରେ ଲାଗି ରହିଥିବା ପ୍ରମୁଖ ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ସହ ଏହାକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ସେମାନେ ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେମାନଙ୍କୁ ମୁଖ୍ୟ ଦାବି ଗୁଡିକ ହେଲା –
୧. ଏମ.କେ.ସି.ଜି ମେଡିକାଲରେ ଖାଲି ରହିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରାଯାଉ ।
୨. ଟ୍ରମା କେୟାର ସେଣ୍ଟର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ ।
୩. ଏମ.କେ.ସି.ଜି ରେ ବର୍ଣ୍ଣ କେୟାର ୟୁନିଟ ତୁରନ୍ତ ଖୋଲାଯାଉ ।
୪. କାଜୁଆଲଟି ରେ ବରିଷ୍ଟ ଅଭିଜ୍ଞ ଡାକ୍ତର ନିଯୁକ୍ତି କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ କରାଯାଉ

LEAVE A REPLY

Please enter your comment!
Please enter your name here