ହତ୍ୟାକାରୀଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

0
283

ମୋହନା(ନ୍ଯୁଜ୍ଏକ୍ସଟ୍ରା)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ପଞ୍ଚାୟତ ଉସ୍ତପଦା ଗ୍ରାମର ଯୁବକ ସଞ୍ଜୟ ନାୟକଙ୍କ ଝୁଲନ୍ତା ଶରୀର ଗତ ଜୁଲାଇ ୫ ତାରିଖରେ ଲୁହାଗୁଡି ସ୍ଥିତ ଏକ ଗଛରେ ମିଳିଥିଲା । ଘଟଣା ପରେ ଭାବି ଶ୍ୱଶୁର ଘର ଲୋକେ ସଞ୍ଜୟଙ୍କୁ ମୋହନା ମେଡିକାଲକୁ ଆଣିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଭାବି ଶାଶୁ ଶ୍ୱଶୁର ଘର ପରିବାର ଲୋକେ ସଞ୍ଜୟକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପୁଅ ଘରର ପରିବାର ଲୋକେ।ଏହି ଘଟଣାରେ ଝିଅକୁ ଅଗଷ୍ଟ ୪ ତାରିଖ ରେ ପୋଲିସ ଗିରଫ କରିଛି । କିନ୍ତୁ ସଞ୍ଜୟର ଭାବି ଶ୍ୱଶୁର ଘରର ଅନ୍ୟ ସଦସ୍ଯଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ସଞ୍ଜୟଙ୍କ ପରିବାର ଓ ଅଂଚଳବାସୀ । ଏହାକୁ ନେଇ ଆଜି ବ୍ରହ୍ମପୁର – ରାୟଗଡା ୩୨୬ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଗ୍ରାମବାସୀ। ଫଳରେ ଯାତାୟତ ସମ୍ପୂର୍ଣ ବନ୍ଦ ରହିଛି। ଘଟଣା ସ୍ଥଳରେ ଉତେଜନା ଦେଖାଯିବା ରୁ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here