ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ପ୍ଲାଷ୍ଟିକକୁ ବାରଣ ପାଇଁ ଶପଥ ସହ ସଚେତନତା ସୃଷ୍ଟି।

0
765

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ)ବ୍ରହ୍ମପୁରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଆଜି ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଅପରାହ୍ନରେ ଶେଷ ହୋଇଛି। ସକାଳେ ବ୍ରହ୍ମପୁର ଷ୍ଟାଡିୟମରେ ପ୍ଲାଷ୍ଟିକକୁ ନା କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଏନ ସି ସି କ୍ୟାଡେଟଙ୍କ ସହିତ ବିଭିନ୍ନ ସାମାଜିକ ଓ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟଙ୍କୁ ନେଇ ଶପଥ ଗ୍ରହଣ କରାଯାଇଥିଲା। ଏହି ଅବସରରେ ପ୍ଲାଷ୍ଟିକ ବଦଳରେ ସମସ୍ତଙ୍କୁ ଚକଲେଟ ପ୍ରଦାନ କରାଯାଇଥିଲା। ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ,ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଏନ ସି ସି କମାଣ୍ଡର ଉପସ୍ଥିତ ଥିଲେ। ଏହି ଅବସରରେ ସ୍ବେଚ୍ଛାସେବୀ ତଥା ସାମାଜିକ କାର୍ଯ୍ୟରେ ନିୟୋଜିତ ଥିବା ଫୋରମ ଫର ଗଞ୍ଜାମ, ବ୍ରହ୍ମପୁର ଟିମ କ୍ଲିନ ସିଟି, ରବିନ ହୁଡ ଆର୍ମି ଓ ସବୁଜ ବାହିନୀ ସଙ୍ଗଠନକୁ ବୃକ୍ଷ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ପରେ ଏନ ସି ସି କ୍ୟାଡେଟମାନଙ୍କୁ ନେଇ ଶୋଭାଯାତ୍ରା ଜରିଆରେ ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here