ପୋଲସରା ପଞ୍ଚାୟତ ସମିତିର ଷୋଡଶ ସାଧାରଣ ଅଧିବେଶନ

0
417

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତିର ଷୋଡଶ ସାଧାରଣ ଅଧିବେଶନ ଅଗଷ୍ଟ ୪ ତାରିଖ ଦିନ ମାଁ ସିଂହାସିନୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ସମିତି ବୈଠକରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ ଅଧ୍ୟକ୍ଷତା କରିଥିଲେ। ବିଡ଼ିଓ ସୁରଞ୍ଜନ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କଲାପରେ ଆଲୋଚନା ଆରମ୍ଭ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦିଲ୍ଲୀପ କୁମାର ନାୟକ, ବ୍ଲକ ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ସହକାରୀ ଯନ୍ତ୍ରୀ ଭିକାରୀ ଚରଣ ଖଣ୍ଡୁଆଳ, ଏବିଡ଼ିଓ ଧର୍ମରାଜ ପରିଡା, କନିଷ୍ଠ ଯନ୍ତ୍ରୀ ବୃନ୍ଦ, ବିଭିନ୍ନ ବିଭାଗ ସରକାରୀ କର୍ମଚାରୀ ବୃନ୍ଦ, ଜିଲ୍ଲା ପରିଷଦ ସଦସ୍ୟ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଜନସାଧାରଣଙ୍କ ଜମି ପଟ୍ଟା, ଟୀକାକରଣ, ଆଶୀର୍ବାଦ ଯୋଜନା, ଖରିଫ ଧାନ ଚାଷ ପାଇଁ ଜଳ ଯୋଗାଣ , ସାର ଯୋଗାଣ, ପାନୀୟ ଜଳଯୋଗାଣ ପ୍ରଭୃତି ବିଷୟରେ ଆଲୋଚନା ହୋଇଥିଲା।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here