ଭିନ୍ନକ୍ଷମ ଶିଶୁଙ୍କୁ ଚିହ୍ନଟ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ

0
248

ଭଞ୍ଜନଗର: ଜନ୍ମିତ ଶିଶୁ ଠାରୁ ଛଅ ବର୍ଷ ପର୍ଯ୍ୟନ୍ତ ଭିନ୍ନକ୍ଷମ ଥିବା ଶିଶୁଙ୍କୁ ଚିହ୍ନଟ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା ଆଜି ଭଞ୍ଜନଗର ସ୍ଥିତ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ କର୍ମଶାଳାକୁ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଉପସ୍ଥିତ ରହି ଉଦଘାଟନ କରିଥିଲେ | ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ର ମନସ୍ତତ୍ବବିଦ ଅଜିତ କୁମାର ରାଉଳ, ଅଡିଓଲୋଜିଷ୍ଟ ପ୍ରଶାନ୍ତ କୁମାର ନାହାକ, କୁତ୍ରିମ ଅଙ୍ଗ ପ୍ରତ୍ୟଙ୍ଗ ବିଶେଷଜ୍ଞ ମୁରଲୀ ଧର ବେହେରା ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ଭଞ୍ଜନଗର ଉପଖଣ୍ଡର ସମସ୍ତ ସିଡିପିଓ, ବିଏସଏସଓ, ବିଆରଟି ମାନଙ୍କୁ ନେଇ କିଭଳି ଜିର ରୁ ଛଅ ବର୍ଷ ଶିଶୁର 21 ଗୋଟି ଭିହ୍ନକ୍ଷମ ଚିହ୍ନଟ କରି ସର୍ବେକ୍ଷଣ କରାଯିବ ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ଭାବେ ମାଷ୍ଟର ଟ୍ରେନର ମାନେ ବୁଝେଇଥିଲେ | ପରେ ସିଡିପିଓ, ବିଏସଏସଓ ଏବଂ ବିଆରଟି ମାନେ ତୃଣ ମୂଳ ସ୍ତରରେ କାମ କରୁଥିବା ଅଙ୍ଗନବାଡ଼ି କର୍ମୀ ମାନଂକୁ ଭିନ୍ନକ୍ଷମ ଶିଶୁଙ୍କୁ କିଭଳି ସଠିକ ଭାବେ ସର୍ବେକ୍ଷଣ କରିବେ ସେ ସମ୍ପର୍କ ତାଲିମ ପ୍ରଦାନ କରିବେ | ସର୍ବେକ୍ଷଣ ପରେ ଚିହ୍ନଟ ଶିଶୁ ମାନଙ୍କୁ ସରକାରୀ ସୁବିଧା ମିଳିବ ବୋଲି ସୂଚନା ମିଳିଛି |ଏହି କର୍ମ ଶାଳାରେ ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ ଅନିଲ କୁମାର ସେଠୀ, ଉପଖଣ୍ଡ ଚିକିତ୍ସାଳୟ ର ଅଧ୍ୟକ୍ଷ ସୀତାଂଶୁ ଶେଖର ଶତପଥି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ ଶେଖର ମହାରଣା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ | ଏହି କର୍ମଶାଳା କୁ ଭଞ୍ଜନଗର ବିଏସଏସ ଓ ମମିତା କୁମାରୀ ପ୍ରଧାନ ଏବଂ କନିଷ୍ଠ ରାଜସ୍ବ ସହାୟକ ସନ୍ତୋଷ କୁମାର ମହାରଣା ସହଯୋଗ କରିଥିଲେ |

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here