ଅଣ୍ଡା ଖାଉଛି କିଏ ? 

0
1021

ପୋଲସରା:(ନ୍ୟୁଜଏକ୍ସଟ୍ରା/ରତ୍ନାକର ସାହୁ) ଶିଶୁମାନଙ୍କ ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ପାଇଁ ସରକାର ସ୍ୱତନ୍ତ୍ର ଭାବେ ସମନ୍ବିତ ଶିଶୁ ବିକାଶ ସେବା ବିଭାଗ ଗଠନ କରିଛନ୍ତି l ଏହି ବିଭାଗ ସାଧାରଣତଃ ଜନ୍ମରୁ ଛଅ ବର୍ଷୀୟ ଶିଶୁ, ଗର୍ଭବତୀ ମହିଳା ଓ ପ୍ରସୂତି ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବା ସହ ଶିଶୁମାନଙ୍କୁ କୁପୋଷଣରୁ ରକ୍ଷା କରିବା ପାଇଁ କାର୍ଯ୍ୟକରେ l ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରରେ ଅଙ୍ଗନବାଡି କର୍ମୀ ନିଯୁକ୍ତି ଅଛନ୍ତି l କିନ୍ତୁ କେତେକ ସ୍ଥାନରେ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ଅତି ନିମ୍ନମାନର ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବାଟମାରଣା ହେଉଥିବା ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସେ l ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ପୋଲସରା ବ୍ଲକ ଅନ୍ତର୍ଗତ ଗୋଛାବାଡ଼ି ପଞ୍ଚାୟତରେ l ଗୋଚ୍ଛାବାଡ଼ି ଅଙ୍ଗନବାଡି କେନ୍ଦ୍ର -2 ରେ ଦିଆଯାଉଥିବା ଖାଦ୍ୟର ବାଟମାରଣା ହେଉଥିବା ଅଭିଯୋଗ ହୋଇଛି l କେନ୍ଦ୍ରରେ ପଢ଼ୁଥିବା ଶିଶୁଙ୍କ ପାଇଁ ମାସକୁ ୨୦ ଟି ଏବଂ ପ୍ରସୂତିମାନଙ୍କ ପାଇଁ ୧୨ ଟି ଅଣ୍ଡା ଦେବାର ବ୍ୟବସ୍ଥା ଥିବାବେଳେ ପ୍ରସୂତି ମାନଙ୍କୁ ୧୨ ଟି ବଦଳରେ ୮ ଟି ଅଣ୍ଡା ଦିଆଯାଉଥିବା ଗ୍ରାମର ଜଗନ୍ନାଥ ଗୌଡ଼, ଅନିଲ ଜେନା, ସଞ୍ଜୟ ଗୌଡ଼, ଦୁର୍ଗା ମାଧବ ବେହେରା ସମେତ କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏନେଇ କେନ୍ଦ୍ରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ସୁଦେଷ୍ଣା ଗୌଡ଼ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଲେ ଯେ ୧୨ ଟା ଆସୁଛି କିନ୍ତୁ ଆମେ ୮ ଟା ଦୋଉଛୁ l ବାକି ୪ ଟା ଅଣ୍ଡା କାହିଁକ ମିଳୁନି ପଚାରିବାରୁ ମୁଁ ଜାଣିନି ବୋଲି ଶ୍ରୀମତୀ ଗୌଡ଼ ଉତ୍ତର ଦେଉଛନ୍ତି l ଏନେଇ ପୋଲସରା ସିଡିପିଓଙ୍କ ସହ ଯୋଗାଯୋଗ କରିବାରୁ ଘଟଣା କଣ ହୋଇଛି ମୁଁ ଅନୁସନ୍ଧାନ କରି କହିବି ବୋଲି ପ୍ରକାଶ କରିଛନ୍ତି l ତେବେ ପ୍ରଶ୍ନ ଉଠୁଛି ଶିଶୁମାନଙ୍କ ପାଇଁ ଆସୁଥିବା ଖାଦ୍ୟର ବାଟମାରଣା କରୁଛି କିଏ ? ବିଭାଗର ଅଗୋଚରରେ ଏହା ହେଉଛି ନା ଜାଣିଶୁଣି କରାଯାଉଛି ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବାସହ ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେବାକୁ ଦାବି ହୋଇଛି l 

LEAVE A REPLY

Please enter your comment!
Please enter your name here