ମଠସରସିଙ୍ଗି ପଞ୍ଚାୟତରେ କରୋନା ଜନିତ ରନ୍ଧାଖାଦ୍ୟ ନେଇ ତିକ୍ତତା

0
795

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା) :ରାଜ୍ୟ ସରକାର କରୋନା କଟକଣା ଯୋଗୁଁ ଅସହାୟ, ନିରୀହ, ଅକର୍ମଣ୍ୟ ମାନଙ୍କୁ ଆହାର ଯୋଗାଇବା ପାଇଁ ପଞ୍ଚାୟତ ଗୁଡିକୁ ଦାଇତ୍ୱ ପ୍ରଦାନ କରିଛନ୍ତି l ଏଥିପାଇଁ ପଞ୍ଚାୟତରେ ଫଣ୍ଡର ବ୍ୟବସ୍ଥା ମଧ୍ଯ କରାଯାଇଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କିଛି ପଞ୍ଚାୟତରେ ଗତକାଲି ଠାରୁ ରନ୍ଧାଖାଦ୍ୟ ଜାରିରହିଛି l କିନ୍ତୁ କିଛି ଭୁଲ ବୁଝାମଣା ଯୋଗୁଁ ବୁଧବାର ଦିନ ମଠସରସିଙ୍ଗି ପଞ୍ଚାୟତରେ ରନ୍ଧାଖାଦ୍ୟକୁ ନେଇ ପରସ୍ପର ମଧରେ ତିକ୍ତତା ହେବାଯୋଗୁ ଅଡୁଆ ପରିସ୍ଥିତି ଜାରିରହିଛି ଏବଂ ଏଥିରେ କୋଦଳା ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି l କୋଦଳା ପୁଲିସ ଘଟଣାସ୍ଥଳରର ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି l ପ୍ରାପ୍ତ ସୂଚନା ଅନୁଯାୟୀ ଗତ ସୋମବାର ଦିନ ମଠସରସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରର ଅସହାୟଙ୍କ ପାଇଁ ରୋଷେଇ ହୋଇଥିଲା l କିନ୍ତୁ କିଛି ବିଷୟବସ୍ତୁ କୁ ନେଇ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଗୋଳମାଳିଆ ପରିସ୍ଥିତି ଉପୁଜିବାରୁ ବିଡ଼ିଓଙ୍କ ହସ୍ତକ୍ଷେପ ପରେ ରନ୍ଧାଖାଦ୍ୟ ହିତାଧିକାରୀଙ୍କ ଘରେ ପହଞ୍ଚାଇବା ପାଇଁ ସ୍ଥିର ହୋଇଥିଲା l ସେଥିପାଇଁ ପଞ୍ଚାୟତ ପକ୍ଷରୁ ବୁଧବାର ଦିନ ଗୋଟାଏ ସ୍ଥାନରେ ରୋଷଇ କରି ପଞ୍ଚାୟତର ମଠ ବ୍ରହ୍ମପୁର, ମଠ ସରସିଙ୍ଗି, ଶାଳବଣ ଏବଂ ବାଦପଲ୍ଲୀ ଗ୍ରାମର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଯୋଜନା ଚାଲିଥିଲା l କିନ୍ତୁ ପଞ୍ଚାୟତର ବାଦପଲ୍ଲୀ ଗ୍ରାମର ଏକ ମନ୍ଦିରରେ ରୋଷେଇ ସାରି ବଣ୍ଟନ କଲାବେଳେ ଅପରାହ୍ନ ଗୋଟାଏ ବେଳେ ତିକ୍ତତା ଆରମ୍ଭ ହୋଇଥିଲା l ସ୍ୱୟଂ ସହାୟିକା ଗୋଷ୍ଠୀ ରାଧାକାନ୍ତ ଗ୍ରୁପ ରୋଷେଇ ଦାୟିତ୍ୱ ଦିଆଯାଇ ଥିବାବେଳେ ଆମମାନଙ୍କୁ କାହିଁକି ଦାଇତ୍ୱ ଦିଆଗଲାନି ବୋଲି କିଛି ଏସଏଚଜି ଗ୍ରୁପ ପହଂଚି ପ୍ରତିବାଦ କରିବାରୁ ପରସ୍ପର ମଧ୍ୟରେ ଝଗଡ଼ାର ସୂତ୍ରପାତ ହୋଇଥିଲା l ଖବର କୋଦଳା ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଶାନ୍ତ କରିଥିଲା l ଏନେଇ ସରପଞ୍ଚ ସୁଜ୍ଞାନୀ ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ଉଦ୍ଦେଶ୍ୟମୂଳକ ଭାବେ କିଛିଲୋକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହିଥିଲେ l କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପରିସ୍ଥିତିକୁ ଶାନ୍ତ କରାଯାଇଥିବା ପ୍ରକାଶ କରିଥିଲେ l ଯଦି ଏମିତି ପରିସ୍ଥିତି ଜାରିରହେ ଆବଶ୍ୟକ ପଡିଲେ ରାନ୍ଧଖାଦ୍ୟ ବନ୍ଦ କରାଯିବ ବୋଲି ବିଡ଼ିଓ ଦେବବର ପ୍ରଧାନ ମତପୋଷଣ କରିଥିଲେ l ଅପରପକ୍ଷରେ ଏସଏଚଜି ମହାସଂଘ ସଭାପତି ରୀନା ପଣ୍ଡାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା l

LEAVE A REPLY

Please enter your comment!
Please enter your name here