ଦୁର୍ଘଟଣାରେ ଗୁରୁତର ବ୍ୟକ୍ତି ମୃତ

0
612

ଡାବୁଗାଁ (ନ୍ୟୁଜ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ନିକଟ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ଗତକାଲି ଅଜଣା ଗାଡ଼ି ରେ ଧକ୍କା ହେବା ଫଳରେ ଡାବୁଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତି କରିଥିଲେ। ଗୁରୁତ୍ବର ଅଜଣା ବ୍ୟକ୍ତିକୁ ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତି କରାଯାଇଥିଲା। ଚିକିତ୍ସା କରାଯିବା ସମୟରେ ବ୍ୟକ୍ତି ର ମୃତ୍ୟୁ ଘଟିଛି । ଗତକାଲି ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରି ନଥିଲା । ମୃତ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ମୃତ ବ୍ୟକ୍ତି ଜଣକ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ନିକଟସ୍ଥ ଟଇଁଲାଗୁଡ଼ା ଗ୍ରାମର କଂସ ଗୌଡ଼ଙ୍କ ବୋଲି ଜଣା ପଡ଼ିଛି । ଏନେଇ ଜାଣିବା ପରେ ମୃତ କଂସଙ୍କ ପରିବାର ଡାବୁଗାଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପ୍ରକାଶ ଥାଉକି , ଗତକାଲି ରାତି ପ୍ରାୟ ୭ଟାରେ ଡାବୁଗାଁରୁ ଝାଲିଆଗୁଡ଼ା ଅଭିମୁଖେ ଜଣେ ଅଚିହ୍ନା ବ୍ୟକ୍ତି ରାଜପଥ ଉପରେ ଚାଲି ଚାଲି ଯାଉଥିବା ସମୟରେ ଡାବୁଗାଁ ଥାନା ନିକଟସ୍ଥ ଦଶ ମୁଣ୍ଡିଆ ମନ୍ଦିର ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା । ଗାଡ଼ି ଧକ୍କାରେ ବ୍ୟକ୍ତି ଜଣକ ଅଚେତ ଅବସ୍ଥାରେ ପଡ଼ି ରହିଥିଲେ । ଏହି ରାସ୍ତା ଦେଇ ଯାଉଥିବା ଡାବୁଗାଁର ସାମ୍ବାଦିକ ସଞ୍ଜିବ ଜାନୀ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗୁରୁତର ବ୍ୟକ୍ତିଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା । ଆଜି ରାତିରେ ମୃତ ବ୍ୟକ୍ତି ଜଣକ ଡାବୁଗାଁ ଥାନା ଅନ୍ତର୍ଗତ କେରଣ୍ଡି ନିକଟସ୍ଥ ଟଇଁଲାଗୁଡ଼ା ଗ୍ରାମର କଂସ ଗୌଡ଼ଙ୍କ ବୋଲି ଜଣାପଡ଼ିଛି ।

ରିପୋର୍ଟ :ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here