ଗୁଣିଗାରେଡି କୁ ସନ୍ଧେହ କରି ମା ଓ ପୁଅ କୁ ନିସ୍ତୁକ ମାଡ଼ ଅଭିଯୋଗ

0
264

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଥାନା ଅନ୍ତର୍ଗତ ବଡ଼ଖଣି ଗ୍ରାମ ରେ ଗୁଣି ଗାରେଡ଼ି ସନ୍ଧେହ କରି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆଜି ସକାଳ ସମୟରେ ଗୁଣିଗାରେଡି ସନ୍ଦେହକୁ କେନ୍ଦ୍ର କରି ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇଥିଲା। ସେହି ସମୟରେ ଗ୍ରାମର ୱାର୍ଡ଼ମେମ୍ବର ସମେତ ବେହେରା ଅଧିକାରୀ ମାଁ ପୁଅକୁ ଗୁଣି ଗାରେଡ଼ି କରୁଛ ଯାହା ଫଳରେ ଗ୍ରାମ ର କିଛି ଲୋକଙ୍କ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଦେବାକୁ କହିଥିଲେ। କିନ୍ତୁ ମା ପୁଅ ଙ୍କ କହିଥିଲେ ଆମେ କୁଲି ମୂଲିଆ ଖଟି କରି ବଞ୍ଚୁଛୁ ଆମେ ଏତେ ଟଙ୍କା କଉଠୁ ଆଣିବୁ ବୋଲି ସେ କହିଥିଲେ। ସେହି ସମୟରେ ଗ୍ରାମର ବେହେରା ଓ ଅଧିକାରୀ ଙ୍କ ଉପସ୍ଥିତି ରେ ଗ୍ରାମର କିଛି ଲୋକ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି ବୋଲି ମୋହନା ଥାନା ରେ ଅଭିଯୋଗ କରିଛନ୍ତି ପୀଡ଼ିତା ଙ୍କ ଝିଅ ଶିବାନୀ ନାୟକ । ଘଟଣା ସ୍ଥଳରେ ରେ ଉଭୟଙ୍କ ଅଵସ୍ଥା ଗୁରୁତର ଥିବା ହେତୁ ପ୍ରଥମେ ମୋହନା ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତର କରାଯାଇଛି । ଆହାତ ଦୁଇ ଜଣ ହେଲେ ବଡଖଣି ଗ୍ରାମର ମାଁ-ରମ୍ଵା ନାୟକ ଓ ପୁଅ- କିଶୋର ଚନ୍ଦ୍ର ନାୟକ । ଏ ନେଇ ମୋହନା ଥାନାରେ ଝିଅର ଏତଲା କ୍ରମେ ୧୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କ ନାମରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୁଚନା ମିଳିଛି ।

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here