ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟ

0
237

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଲୁଟେରା l ଏମିତି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ପଟାବାଲି ସାହିରେ I ପ୍ରଶାନ୍ତ କୁମାର ପାଣିଗ୍ରାହୀ ନାମକ ଜଣେ ଜଣାଶୁଣା ବ୍ୟବସାୟୀ ତଥା ପୁର୍ବତନ ରୋଟାରୀ ସଭାପତି ଙ୍କ ଘରୁ ଲୁଟ୍ ହୋଇଛି l ସୂଚନାଯୋଗ୍ୟଯେ, ରବିବାର ସନ୍ଧ୍ୟାରେ ବ୍ୟବସାୟୀ ପ୍ରଶାନ୍ତ ଙ୍କ ପୁଅ ଓ ବୋହୁ ସମସ୍ତେ ବ୍ରହ୍ମପୁର ଯାଇଥିଲେ l ବ୍ୟବସାୟୀ ପ୍ରଶାନ୍ତ ଏକୁଟିଆ ଘରେ ଥିବା ସମୟରେ ରାତି ପ୍ରାୟ ୧୦ଟା ସମୟରେ ତିନିଜଣ ଦୁର୍ବୁତ୍ତ ହଠାତ ଘରକୁ ପଶିଯାଇ ପ୍ରଶାନ୍ତ ଏକୁଟିଆ ଥିବାର ସୁଯୋଗ ନେଇ ବନ୍ଧୁକ ରେ ପ୍ରଶାନ୍ତ ଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ l ତାଙ୍କର ହାତକୁ ଧରି ଟଙ୍କା ପଇସା କୋଉଠି ଅଛି ପଚାରିଥିଲେ l ପ୍ରଶାନ୍ତ ଭୟରେ ସବୁ କହିଦେଇଥିଲେ l ତିନିଜଣ ଦୁର୍ବୁତ୍ତ ଆଲମିରାର ଲକର ଭାଙ୍ଗି ପାଖାପାଖି ୫୦ ତୁଳା ସୁନା ଓ ଲକ୍ଷାଧିକ ଟଙ୍କା ନେଇ ଚାଲିଯାଇଥିଲେ l ଏହାପରେ ସଙ୍ଗେ ସଙ୍ଗେ ବ୍ୟବସାୟୀ ପ୍ରଶାନ୍ତ ପାଣିଗ୍ରାହୀ ପୁଲିସ କୁ ଖବର ଦେଇଥିଲେ l ଖବର ପାଇ ଘଟଣା ସ୍ଥଳରେ ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ ଓ ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠି ପ୍ରମୁଖ ପହଁଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here