ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ଓ ପୋଷାକ ପାଇଁ ଚେତାବନୀ

0
243

ବୁଗୁଡା: ବୁଗୁଡା ଏନଏସି ଅନ୍ତର୍ଗତ ବି.ଡି.ପୁର ବୁଦ୍ଧଗିରି ବିଦ୍ୟାପୀଠ ର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଟଙ୍କା ଓ ପୋଷାକ ମଳିନଥିବା ଯୋଗୁଁ ଅଗଷ୍ଟ ୦୨ ତାରିଖ ଦିନ ଅଭିଭାବକମାନଙ୍କ ପକ୍ଷରୁ ହାହୋଲ୍ଲା କରିବା ସହ ତୁରନ୍ତ କାର୍ଯ୍ୟକାରୀ ନହେଲେ ଶିକ୍ଷାନୁଷ୍ଠାନରେ ତାଲା ପକାଇବାକୁ ଚେତାବନୀ ଦେଇଥିବା ଜଣାପଡିଛି। ଖବର ନେବାରେ ଜଣା ପଡିଛିଯେ ନୂତନ ପ୍ରଧାନ ଶିକ୍ଷକ ଭାବେ ବଳରାମ ପଣ୍ଡା ଦାୟିତ୍ୱ ଗ୍ରହଣ କରିବା ପରେ ଛୁଟିରେ ରହିଥିବା ଜଣାପଡିଛି। ବର୍ତ୍ତମାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ବନିତା କୁମାରୀ ଦେବୀ ଦାୟିତ୍ୱରେ ଥିବା ବେଳ ଆର୍ଥିକ କ୍ଷମତା ତାଙ୍କୁ ଦିଆଯାଇନଥିବା ବେଳେ ସେ ଟଙ୍କା ଉଠାଇ ଖର୍ଚ୍ଚ କରିପାରିବେ ନାହିଁ। ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଅର୍ଥ ଓ ପୋଷାକ ଦିଆ ହୋଇନଥିବା ନେଇ ଗ୍ରାମବାସୀ ବ୍ରହ୍ମପୁର ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗ୍ରାମବାସୀ ବୃନ୍ଦ ଅଭିଯୋଗ କରିଛନ୍ତି। ଏହି ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ବର୍ଷ ତମାମ ଛୁଟିରେ ରହିବା ଦ୍ୱାରା କୌଣସି ଅର୍ଥ ଉଠାଣ ହୋଇ ନପାରିବା ଯୋଗୁଁ ଆଜି ଏହି ପରିସ୍ଥିତି ସୃଷ୍ଟି ହୋଇ ବିଦ୍ୟାଳୟରେ ତାଲା ପକାଇବା ପାଇଁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡାଙ୍କ ଦୀର୍ଘ ମିଆଦୀ ଛୁଟି ଯଦି ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁରୀ କରିଛନ୍ତି ତେବେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅର୍ଥ ଉଠାଇ ଖର୍ଚ୍ଚ କରିବା ପାଇଁ କ୍ଷମତା ପ୍ରଦାନ କରୁନାହାନ୍ତି କାହିଁକି ? ଟଙ୍କା ଉଠାଣ ହୋଇ ନପାରିବା ଯୋଗୁଁ ବିଦ୍ୟାଳୟର ଉନ୍ନତି ହୋଇ ପାରୁନାହିଁ। ସରକାର ଛାତ୍ରଛାତ୍ରୀମାନଙ୍କ କୋଭିଡି କଟକଣା ସମୟର ଅର୍ଥ ତୁରନ୍ତ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏବଂ ଗ୍ରାମବାସୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନୀରବତା ସନ୍ଦେହ ଘେରକୁ ଆସୁଅଛି। ବିଦ୍ୟାଳୟରେ ତାଲା ପଡି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here