ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ l

0
634

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ):ଏହି ବ୍ଲକ ଅନ୍ତର୍ଗତ ରାଗପୁର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଅଧ୍ୟକ୍ଷ୍ୟା ଲଷ୍ମୀପ୍ରିୟା ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଅନୁଷ୍ଠିତ ଏହି ମେଳାରେ ଷଷ୍ଠ ଠାରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଭାଗନେଇ ୮୦ ଟି ବିଭାଗରେ ନିଜନିଜର କୃତି ପ୍ରଦର୍ଶନ କରିଥିଲେ l ବିଚାରକ ମଣ୍ଡଳୀରେ ଚାରି ଜଣ ଶିକ୍ଷକ ଯଥା – ଦଣ୍ଡପାଣି ସୁମନ୍ତରାୟ ବିଦ୍ୟାଳୟର ପ୍ରଶାନ୍ତ ସାହୁ, ଜନତା ହାଇସ୍କୁଲର ସିମାଞ୍ଚଳ ପାତ୍ର, ବଲ୍ଲବ ନାୟକ ବିଦ୍ୟାଳୟର ଯୁଧିଷ୍ଠିର ପ୍ରଧାନ ଓ ସୁବଳ ନାୟକ ଯୋଗଦେଇ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଉକ୍ତ ମେଳାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ପାଇଁ ଚାରି ଜଣ କୃତି ପ୍ରଦର୍ଶନକାରୀ ଉତୀର୍ଣ୍ଣ ହୋଇଥିଲେ l ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here