କୃତୀ ଛାତ୍ରୀ ଅଭିଲିପ୍ସାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା

0
488

ବୁଗୁଡା:ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ବନ୍ଧସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ଜେନା ୩ୟ ଶ୍ରେଣୀ ବୃତ୍ତୀ ପରୀକ୍ଷାରେ କୃତ୍ତିତ୍ୱ ଅର୍ଜନ କରିଥିବା ଯୋଗୁଁ ବିଦ୍ୟାଳୟ ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦେବେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଏବଂ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ହରେକୃଷ୍ଣ ପ୍ରଧାନ, ୱାର୍ଡ ସଭ୍ୟ ସନ୍ତୋଷ କୁମାର ପ୍ରଧାନ ଓ ବସନ୍ତ କୁମାର ପ୍ରଧାନ ଯୋଗଦେଇଥିଲେ। ୨୦୨୧ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବନ୍ଧସାହି ପ୍ରକଳ୍ପ ପ୍ରଥାମିକ ବିଦ୍ୟାଳୟର ଛାତ୍ରୀ ଅଭିଲିପ୍ସା ଜେନା ବୁଗୁଡା ବ୍ଲକରେ ଦ୍ଵିତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିପାରିଥିବା ଯୋଗୁଁ ଅତିଥି ବୃନ୍ଦ କୃତ୍ତିତ୍ୱ ଅର୍ଜନ କରିଥିବା ଅଭିଲିପ୍ସା ସହ ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷୟିତ୍ରୀ ଙ୍କୁ ଅଭିନନ୍ଦନ ଓ ସାଧୁବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ରୁନୁ ସାହୁ ସଂଯୋଜନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ସୂଚୀସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here