ଚାଷୀଙ୍କ କାମରେ ଆସୁନି ଆରଏମସି କୋଠା,୬ବର୍ଷ ହେଲା ଉଦଘାଟନ ହେଉନି କି କାମରେ ଆସୁନି!

0
244

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁମ୍ମା ବ୍ଲକରେ ଯାହା ଦେଖିବାକୁ ମିଳିଛି, ଗୁମ୍ମା ବ୍ଲକ ର ଚାଷ ଓ ଚାଷୀଙ୍କ ଉନ୍ନତି ନିମନ୍ତେ ସରକାର ଏକାଧିକ ଯୋଜନା କରୁଛନ୍ତି।କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭିତ୍ତିଭୂମି ଯୋଗାଇ ଦେଉଛନ୍ତି।ଯୋଜନାର ରୂପରେଖ ନିର୍ମାଣ ପରେ ପ୍ରକଳ୍ପର ଉଦଘାଟନ କରାଯାଇଛି।ହେଲେ ଅନେକ ସମୟରେ ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରଶାସନର ଅବହେଳା ଯୋଗୁଁ ପ୍ରକଳ୍ପ ଗୁଡିକ ସେମିତି ପଡ଼ି ରହି ଖତ ଖାଉଛି। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଦର ମହକୁମା ବୁଦ୍ଧିଜୀବୀ ଙ୍କ।ସୂଚନା ଅନୁଯାୟୀ ଗୁମ୍ମା ସଦର ମହକୁମା ନିକଟରେ ତତ୍କାଳୀନ ଜିଲ୍ଲାପାଳ ଅନୁପମ ସାହା ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଆରଏମସି କୋଠା କରିଥିଲେ।ହେଲେ ଦୁଃଖର ବିଷୟ ନିର୍ମାଣ ହେବାର ୬ବର୍ଷ ବିତିଯାଇଥିଲେ ମଧ୍ୟ ଏହି କୋଠାକୁ ନାଁ, ଉଦଘାଟନ କରାଯାଇଛି, ନାଁ କୈାଣସି କାମରେ ଆସୁଛି।ସ୍ଥାନୀୟ ଚାଷୀ ଆରଏମସି କୋଠା କୁ ବ୍ୟବହାର କରିବାରୁ ବଞ୍ଜିତ ହେଉଛନ୍ତି।ଗୁମ୍ମା ଅଞ୍ଚଳର ଚାଷୀ ପରିବା ସମେତ ଅନେକ ଅର୍ଥକାରୀ ଫସଲ ବହୁ ପରିମାଣରେ ଅମଳ କରୁଛନ୍ତି।ସେମାନେ ଉତ୍ପାଦିତ ଫସଲ ତଥା ପନିପରିବା ଓ କାଜୁ,ପଣସ,ମହୁଲ,ତେନ୍ତୁଳି ଇତ୍ୟାଦି ସଂରକ୍ଷଣ ଲାଗି ଆରଏମସି କୋଠା ନଥିବାରୁ ସ୍ଥାନୀୟ ଚାଷୀ କ୍ଷତି ସହୁଛନ୍ତି ।ଅନେକ ପନିପରିବା ଓ ଟନ ଟନ ପଣସ,କାଜୁ,ତେନ୍ତୁଳି ଖମ୍ବଆଳୁ,ବଇତିକଖାରୁ ଓ ମହୁଲ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି।ଅନେକ ସମୟରେ ଅଭାବୀ ବିକ୍ରିର ସମ୍ମୁଖୀନ ମଧ୍ୟ ହେଉଛନ୍ତି।ଗୁମ୍ମା,ସେରଙ୍ଗ,ଅଜୟଗଡ଼,କଳାକଟ, ଲିଙ୍ଗା, ବୁରୁଡ଼ିଙ୍ଗ ଓ ପାତିମୂଲ କଲୋନୀ ଏସବୁ ଅଞ୍ଚଳର ଚାଷୀମାନେ ସମୟରେ ଅନେକ କ୍ଷତି ସହୁଥିବା ଜଣାପଡ଼ିଛି।ବର୍ତ୍ତମାନ ଏହାର ଦାୟିତ୍ୱ ସ୍ଥାନୀୟ ଚାଷୀଙ୍କୁ ଦିଆଯାଇ ନଥିବାରୁ ତାହା ବର୍ତମାନ ଅସାମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି।ଉକ୍ତ ଅଞ୍ଚଳ ଟି ଲଟାବୁଦାରେ ପରିପୂର୍ଣ୍ଣ ହୋଇଛି।ରକ୍ଷଣାବେକ୍ଷଣ ଅଭାବରୁ ମୁକୁଳା ହୋଇ ପଡ଼ିଛି।ଚାଷୀଙ୍କ କାମରେ ଲାଗୁନଥିବାରୁ ଏହି ପ୍ରକଳ୍ପର ଅସଲ ଉଦେଶ୍ୟ ପୂରଣ ହୋଇପାରିନଥିବା ଚାଷୀମାନେ କହିଛନ୍ତି।ଚାଷୀଙ୍କ ପାଇଁ ସରକାର କୋଟି କୋଟି ଟଙ୍କାର ଯୋଜନା କରୁଥିବା ବେଳେ ଏହାର ସଦୁପଯୋଗ ହେଉନଥିବାରୁ ଏହାର ସୁଫଳ ବଦଳରେ କୋଟି କୋଟି ଟଙ୍କା ପାଣିରେ ପଡୁଛି।ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୁଷ୍ଟିଦେଇ ଏହି ପ୍ରକଳ୍ପର ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳବାସୀ ପକ୍ଷରୁ ଦାବି କରିଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here