ବଡକୋଦଣ୍ଡାରେ ପାଗଳ ହନୁ ଆତଙ୍କ, କାବୁ କଲେ ଗ୍ରାମବାସୀ

0
300

ଭଞ୍ଜନଗର : ବଡକୋଦଣ୍ଡା ଶିବ ମନ୍ଦିର ସାହି ରେ ଗୋଟିଏ ପାଗଳ ହନୁ ଦୀର୍ଘ ଦିନ ଧରି ଆତଙ୍କ ଖେଳାଉଥିଲା ା ହନୁଟି ପାଗଳ ହୋଇଯାଇଥିବାରୁ ତାହାକୁ ହନୁ ଦଳ ପାଖ ମଡାଉ ନଥିଲେ ,ହନୁଟି ମଧ୍ୟ ଶିବ ମନ୍ଦିର ପ୍ରଙ୍ଗଣ କାକପୋଇ ଗଛରେ ରହି ଆତଙ୍କରାଜ ସୃଷ୍ଟି କରୁଥିଲା ା କାହାକୁ ଗୋଡାଇ କାମୁଡୁଥିଲା ତ କାହାର ସାଇକେଲ, ମୋଟର ସାଇକେଲ ଆଦିକୁ ଧକ୍କା ମାରି ତଳେ ପକାଇ ଦେଉଥିଲା ା ମନ୍ଦିର କୁ ଆସୁଥିବା ଭକ୍ତ ତଥା ପଞ୍ଚାୟତ ଅଫିସକୁ ଆସୁଥିବା ଲୋକମାନେ ଓ ମନ୍ଦିର ପାଖରେ ଥିବା ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀମାନେ ଭୟଭୀତ ହୋଇ ରହୁଥିଲେ ା ଗତକାଲି ସନ୍ଧ୍ୟାରେ ଶିବ ମନ୍ଦିର ମଧ୍ୟରେ ପ୍ରବେଶ କରି ପୂଜକ ତ୍ରିଲୋଚନ ରଣା ସନ୍ଧ୍ୟା ଧୂପ ଦେବାକୁ ଯାଉଥିବା ସମୟରେ ହନୁଟି ତାଙ୍କୁ ଆକ୍ରମଣ କରି କାମୁଡି ପାକାଇଥିଲା ା ପୂଜକ ଜଣକ କୌଣସି ପ୍ରକାରେ ସାହସ ଜୁଟାଇ ମନ୍ଦିର ବାହାରକୁ ଆସିବା ସହ ମନ୍ଦିର ଗ୍ରିଲ ବନ୍ଦ କରି ହନୁଟିକୁ ମନ୍ଦିର ଭିତରେ ରଖିବାକୁ ସକ୍ଷମ ହୋଇଥିଲେ ା ପରେ ଲୋକମାନେ ସେଠାରେ ପହଞ୍ଚି ପୂଜକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ ଏବଂ ପାଗଳ ହନୁଟିକୁ କାବୁ କରିବା ଯୋଜନା କରିଥିଲେ ା ହନୁଟିକୁ ଗ୍ରୀଲ ବାହାରୁ କଦଳୀ ଦେବାରୁ ସେ ହାତ ବଢ଼ାଇ ନେବା ବେଳେ କିଛି ଗ୍ରାମବାସୀ ସାହାସର ସହ ହନୁର ହାତ ଓ ଗୋଡ କୁ ଧରି ବାନ୍ଧିବାରେ ସକ୍ଷମ ହୋଇଥିଲେ ା ପରେ ଫରେଷ୍ଟ ଅଫିସର କର୍ମଚାରୀମାନଙ୍କ ଖବର ଦିଆଯିବାରୁ ସେମାନେ ପହଞ୍ଚି ପାଗଳ ହନୁଟିକୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରି ନେଇଥିଲେ ା ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଚି କରିଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here