କୁଷ୍ଠାଶ୍ରମରେ ଅନ୍ତେବାସୀଙ୍କ ସମସ୍ୟା ବୁଝିବା ସହ ; ରାସନ ଓ ବସ୍ତ୍ର ପ୍ରଦାନ କଲେ ମନ୍ତ୍ରୀ ଆରୁଖ

0
234

ଭଞ୍ଜନଗର:ଭଞ୍ଜନଗର ବ୍ଲକ ବଡକୋଦଣ୍ଡା ପଂଚାୟତର ଡହ ରାସ୍ତାରେ ଥିବା ସ୍ୱାମୀ ଚିଦାନନ୍ଦ କୁଷ୍ଠାଶ୍ରମରେ ଶନିବାର ସ୍ଥାନୀୟ ବିଧାୟକ ତଥା ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପହଞ୍ଚି ଅନ୍ତେବାସୀଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।ସେଥି ମଧ୍ୟରେ ସେମାନଙ୍କ ଘରର ମରାମତି କାର୍ଯ୍ୟ ବ୍ଲକ ପ୍ରଶାସନ ସହ ଆଲୋଚନା କରି ଯଥାଶୀଘ୍ର ଆରମ୍ଭ ପାଇଁ ପ୍ରତିଶ୍ରୁତି ଦେଇଥିଲେ।ଏଥିସହ ସେଠାରେ ଥିବା ୨୦ଟି ପରିବାରର ୨୫ଜଣ ସଦସ୍ୟଙ୍କୁ ରାସନ ସାମଗ୍ରୀ,ଶାଢ଼ୀ, ଲୁଙ୍ଗି ଓ ଚଦର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶୂଳପାଣି ଶତପଥି, ପଞ୍ଚାନନ ପାଳ, ପ୍ରମୋଦ କୁମାର ପ୍ରଧାନ, ବାବୁଲା ପ୍ରଧାନ ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ/ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here