ପୋଖରୀ ରେ ବୁଡି ମହିଳା ମୃତ

0
313

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ନିମୁଣ୍ଡିଆ ଗାଁ ରେ ଅଘଟଣ l ଗୁଡିପାଲି ପୋଖରୀ କୁ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ମହିଳା ମୃତ । ମୃତକ ହେଲେ ନିମୁଣ୍ଡିଆ ଗ୍ରାମର 41ବର୍ଷୀୟା ଜାମୁନି ଡାକୁଆ l ସେ ଆଜି ସକାଳୁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ l ଏହାପରେ ଜାମୁନି ଙ୍କ ଝିଅ ସାଇ ପଡ଼ୋଶୀଙ୍କୁ ନେଇ ପୋଖରୀ କୁ ଯାଇଦେଖିବା ବେଳେ ଜାମୁନି ଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିବା ବେଳେ ଜାମୁନି ଙ୍କୁ ଚିକିତ୍ସା ନିମନ୍ତେ କବିସୂର୍ଯ୍ୟନଗର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ବାଲିଛାଇ ଫାଣ୍ଡି ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିବା ସହିତ ଶବ ବ୍ୟବଛେଦ ନିମନ୍ତେ ଆସିକା କୁ ପଠାଇଥିବା ଜଣାପଡିଛି l

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here