ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ସ୍ବତନ୍ତ୍ର ବୈଠକ

0
186

ବ୍ରହ୍ମପୁର : ୨୦୦୮ ଘୋଷଣନାମା ଅନୁଯାୟୀ ତଥା ହାଇ କୋର୍ଟଙ୍କ ନିର୍ଦ୍ଧେଶ ପ୍ରକାରେ ସହର ସନ୍ନିକଟ ଅଞ୍ଚଳ ତଥା ପାର୍ଶ୍ଵବର୍ତ୍ତୀ ୧୮ ଟି ପଞ୍ଚାୟତକୁ ବ୍ରହ୍ମପୁର ମହାନଗର ନିଗମରେ ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ଗଠନ କରିବା ଲକ୍ଷ୍ୟ ଓ ଉଦ୍ଧେଶ୍ୟ ନେଇ ଗଠିତ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ସ୍ବତନ୍ତ୍ର ବୈଠକ ବ୍ରଜନଗର ସ୍ଥିତ ଏକ ସଭାଗୃହରେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର କୌଣସି ଆଇନଗତ ବୈଧତା ନଥାଇ ନିକଟରେ ନିହିତ ରାଜନୈତିକ ଉଦ୍ଧେଶ୍ୟ ଓ ସ୍ୱାର୍ଥକୁ ଦୃଷ୍ଟିରେ ରଖି କିଛି ପଞ୍ଚାୟତକୁ ଏନଏସି ଓ କିଛି ଏନଏସିକୁ ମ୍ୟୁନିସିପାଲଟିରେ ପରିଣତ କରିବା ନେଇ ଘୋଷଣା କରିଛନ୍ତି। ଅଥଚ ହାଇକୋର୍ଟଙ୍କ ଆଦେଶ ପାଳନ କରିବାକୁ ଯାଇ ସରକାର ଲୋଚପଡା ପଞ୍ଚାୟତ ତଥା ସାନକୁଶସ୍ଥଳି ଗ୍ରାମ, ବ୍ରହ୍ମାପଲି ଗ୍ରାମ ଓ ଗୋଳାବନ୍ଧ ଆର୍ମି ଏଡି କଲେଜ ପ୍ରଭୁତିକୁ ବିଏମସିରେ ସାମିଲ କରିବା ନେଇ ବିନିଧିଷ୍ଟ କରିଛନ୍ତି ବୋଲି କହି ବିଜ୍ଞପ୍ତି ପ୍ରକାଶ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବା ବଦଳରେ ଅନୈତିକ ଓ ବେଆଇନ ଭାବରେ ଚୁପ୍ ବସିଯାଇଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇବା ସହ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସରକାର ଏ ଦିଗରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଦାବୀ କରାଯାଇଥିଲା । ଆଜିର ବୈଠକରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ଗୋପାଳପୁର ବିଧାନସଭା ଆସନ ନିମନ୍ତେ କଂଗ୍ରେସର ପ୍ରତ୍ୟାଷି ପାର୍ଥି ଶମ୍ଭୁ ପାଣିଗ୍ରାହୀ ବୈଠକରେ ଯୋଗ ଦେଇ କ୍ରିୟାନୁଷ୍ଠାନ କମିଟିର ଦାବୀକୁ ସମର୍ଥନ ଘୋଷଣା କରିବା ସହ। ସହର ତଳି ବାସିନ୍ଦା ଚାଇନା କିମ୍ବା ପାକିସ୍ଥାନରୁ ଆସି ମିଶିବାକୁ କହିନାହାନ୍ତି। ଏମାନେ ଏ ମାଟିର ମଣିଷ ଏମାନଙ୍କ ଦାବି ସାମ୍ବିଧାନିକ ଅଧିକାର ପରିସରଭୁକ୍ତ ଓ ଆଇନଗତ ନ୍ୟାର୍ଯ୍ୟ ଦାବି ଅଟେ । ଏଥିରୁ ଏମାନଙ୍କୁ ବଞ୍ଚିତ କରିବାର ଅଧିକାର ସରକାରଙ୍କ ନାହିଁ। କଂଗ୍ରେସ ଏହି ଆନ୍ଦୋଳନକୁ ଆଗକୁ ନେବ ବୋଲି ସେ କହିଥିଲେ। ସେହିଭଳି ଖୁବ୍ ଶୀଘ୍ର ରାଜ୍ୟପାଳଙ୍କୁ କମିଟିର ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରି ସମସ୍ତ ବିଷୟ ଅବଗତ କରିବ ବୋଲି ଆଜିର ବୈଠକରେ ସ୍ଥିର କରାଯାଇଛି। ଆଜିର ବୈଠକରେ ସଭାପତିଙ୍କ ବ୍ୟତୀତ ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର ଓ ସହ ସମ୍ପାଦକ ବି ଭି ସାଗର ମଞ୍ଚାସିନ ଥିବା ବେଳ ଅନ୍ୟମାନଙ୍କ ମଧ୍ୟରେ ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି,ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ,ଉପ ସଂଯୋଜକ କାହୁଁ ଚରଣ ପତି, ସହ ସଂଯୋଜକ ଅନିଲ ଅଧିକାରୀ,ସହ କୋଷାଧ୍ୟକ୍ଷ ସୁନିଲ ପାତ୍ର, ଉପ କୋଷାଧ୍ୟକ୍ଷ କେ ସୁଦାମ ପାତ୍ର, ଉପଦେଷ୍ଟା ଏମ୍ ନାର୍ଶୀଙ୍ଗୁଲୁ, ବିଷ୍ଟ୍ନୁ ପ୍ରସାଦ ସାହୁ, ଲକ୍ଷ୍ମୀ କାନ୍ତ ଜେନା, ନାରାୟଣ ଚନ୍ଦ୍ର ପାଇଛା, ସୁଦର୍ଶନ ସାମଲ, ଦିବାକର ବେହେରା, ଗୋପାଳ ମିଶ୍ର, ପ୍ରବୀଣ ପଟ୍ଟନାୟକ, ପ୍ରୀତିଶ ପାଣିଗ୍ରାହୀ, ପଦ୍ମ ଚରଣ ବେହେରା, ବୃନ୍ଦାବନ ପଟ୍ଟନାୟକ,ରାଜା ସାହୁ, ପ୍ରଭାତ କୁମାର ବେହେରା, ପ୍ରଦୀପ କୁମାର ସାହୁ, ବିକ୍ରମ ଚରଣ ଦାସ, ସାହୁ ବିଜୁ ବାବୁ, ରମେଶ ଚନ୍ଦ୍ର ଗୌଡ଼, ଗରୀବ ବନ୍ଧୁ ପାଣିଗ୍ରାହୀ , ପ୍ରଶାନ୍ତ କୁମାର ଦାସ,ବି ସୁଦର୍ଶନ ପାତ୍ର, ରବୀନ୍ଦ୍ର କୁମାର ତ୍ରିପାଠୀ, ଲକ୍ଷ୍ମଣ ଜେନା, ପ୍ରଶାନ୍ତ ପଣ୍ଡା , ଜଗନ୍ନାଥ ପ୍ରଧାନ, ଟୁନା ଦାସ, ବୁଢ଼ା ଓ ବି ୱାସୁ ପ୍ରମୁଖ ବହୁ ସକ୍ରୀୟ ସଦସ୍ୟ ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here