ଅଟୋରେ ଚାଳଣ ହେଉଥିଲା ଗଞ୍ଜେଇ, ପୋଲିସ ପିଚ୍ଛା କରିବାରୁ ଗାଡ଼ି ଛାଡ଼ି ଫେରାର ହୋଇଗଲା ଚାଳକ

0
299

ମୋହନା(ନ୍ୟୁଜ୍ ଏକ୍ସଟ୍ରା) ଗଜପତି ଜ଼ିଲ୍ଲା ଅଡବା ପୋଲିସ ବୁଧୁବାର ରାଇପଙ୍କା ଅଞ୍ଚଳରେ ପାଟ୍ରୋଲିଂ କଲା ବେଳେ ଏକ ଅଟୋ ନଂ- AP ୩୫ X ୧୫୦୭ ସହ ୬୬କେଜି ୭୦ ଗ୍ରାମ ଗଞ୍ଜେଇ ଜବତ କରିଛି l ଗଜପତି – ରାୟଗଡା ସୀମାନ୍ତ ରେ ପୋଲିସ ର ପାଟ୍ରୋଲିଂ ଚାଲିଥିବା ବେଳେ ଅଟୋଟି ଦ୍ରୁତ ଗତିରେ ପଦ୍ମପୁର ଆଡକୁ ଯାଉଥିଲା।ପୋଲିସ ପିଛା କରିବାରେ ଡ୍ରାଇଭର ଅଟୋରୁ ଡେଇଁ ଫେରାର ହୋଇଯାଇଥିବା ପୋଲିସ ସୂଚନା ଦେଇଛି l ଦୁଇଟି ଜରି ବ୍ୟାଗରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ଗଞ୍ଜେଇ ରାଇପଙ୍କା ଅଞ୍ଚଳରୁ ରାୟଗଡା ଜିଲ୍ଲା କେନ୍ଦୁଗୁଡା ଫାଣ୍ଡି ଅନ୍ତର୍ଗତ ନୂଆଗଡ଼କୁ ଚୋରା ଚାଲାଣ ହେଉଥିବା ଅଡବା ପୋଲିସ ସୂଚନା ଦେଇଛି l ଏନେଇ ଏକ ମାମଲା ରୁଜୁ ହେବା ସହ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଆନନ୍ଦ ପାତ୍ର ସୂଚନା ଦେଇଛନ୍ତି l

ରିପୋର୍ଟର – ପି ସଞୀବ ରାଓ

LEAVE A REPLY

Please enter your comment!
Please enter your name here