ବ୍ରହ୍ମପୁରରେ ବିପର୍ଯ୍ୟସ୍ତ ଉଚ୍ଚ ଶିକ୍ଷା ବ୍ୟବସ୍ଥା ! ଶାସକ ଦଳ ନେତା କଣ କରୁଛନ୍ତି :ପୀତବାସ ପଣ୍ଡା

0
263

ବ୍ରହ୍ମପୁର:ବ୍ରହ୍ମପୁର ସହର ର ସୁନାମଧନ୍ୟ ଖଲ୍ଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଶଶୀଭୁଷଣ ରଥ ସରକାରୀ ମହିଳା ସ୍ୱୟଂ ଶାସିତ ମହାବିଦ୍ୟାଳୟ କେବଳ ବ୍ରହ୍ମପୁର ସହର ର ଗୌରବ ନୁହେଁ, ଏହା ସମଗ୍ର ଦକ୍ଷିଣ ଓଡିଶା ଓ ଓଡିଶାର ଶିକ୍ଷା କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ଅଟେ l ବହୁ ଦାମୀ, ନାମୀ, ବିଦ୍ୟାନ, ଶିକ୍ଷାବିତ,ଓକିଲ ରାଜନେତାକୁ ସୃଷ୍ଟି କରିଥିବା ଏହି ମହାବିଦ୍ୟାଳୟ ଦ୍ୱୟ ବର୍ତମାନ ଶିକ୍ଷା ଓ ଶିକ୍ଷାୟତନର ବିପଯ୍ୟୟ ର ଦ୍ଵାର ଦେଶରେ ଛିଡା ହୋଇଛି l ରାଜ୍ୟ ସରକାର ବିଭିନ୍ନ ସମୟରେ କେତେବେଳେ ଏହି ମହାବିଦ୍ୟାଳୟ ଦ୍ୱୟକୁ ସ୍ୱୟଂଶାସିତ ଘୋଷଣା କରୁଛନ୍ତି ତ କେତେବେଳେ ବିଶ୍ୱବିଦ୍ୟାଳୟ ଘୋଷଣା କରୁଛନ୍ତି l ବାସ୍ତବରେ ଦେଖିବାକୁ ଗଲେ ଏହି ଦୁଇଟି ଶିକ୍ଷାଅନୁଷ୍ଠାନର ମୂଳଭିତ୍ତି ଶିକ୍ଷାଦାନ ଦେବାର କ୍ଷମତା ନଷ୍ଟ ହୋଇ ସାରିଛି l ନିକଟରେ ବ୍ରହ୍ମପୁରର କଂଗ୍ରେସ ନେତା ତଥା ଆଇନଜୀବି ଶ୍ରୀ ପୀତବାସ ପଣ୍ଡା ସୂଚନା ଅଧିକାର ଆଇନ ଦ୍ଵାରା ପାଇଥିବା ତଥ୍ୟରୁ ଜଣାଯାଇଛି ଯେ ଏହି ଦୁଇଟି ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡି ଦେଖା ଦେଇଛି l ଏପରିକି ରାସାୟନିକ ବିଜ୍ଞାନ, ଅର୍ଥ ଶାସ୍ତ୍ର, ପରିବେଶ ବିଜ୍ଞାନ, ଜୀବ ବିଜ୍ଞାନ, ଶାରୀରିକ ବିଜ୍ଞାନ, ଶିକ୍ଷା, ତେଲୁଗୁ, ହିନ୍ଦୀ ପ୍ରଭୁତି ବିଭାଗ ଗୁଡ଼ିକରେ କୌଣସି ଅଧ୍ୟାପକ ନଥିବା ପ୍ରକାଶିତ ତଥ୍ୟରୁ ଜଣା ପଡିଛି, ଏପରିକି ଉପରୋକ୍ତ ବିଭାଗରେ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅସ୍ଥାୟୀ ଅଧ୍ୟାପକଙ୍କୁ ମଧ୍ୟ ନିଯୁକ୍ତି କରାଯାଇନାହିଁ l
ନିର୍ବାଚନ ସମୟରେ ସହରର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବାର ସ୍ବପ୍ନ ଦେଖାଉ ଥିବା ନେତା ମାନେ ଏହି ଘଟଣାରେ ନୀରବ କାହିଁକି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ସହରର ଦାୟିତ୍ୱ କେବେ ନେବେ ତାହା ଲୋକେ ଜାଣିବା ଉଚିତ ବୋଲି ଶ୍ରୀ ପଣ୍ଡା କହିଛନ୍ତି l ଖଲ୍ଲିକୋଟ ସ୍ୱୟଂଶାସିତ କଲେଜରେ 11ଗୋଟି ପ୍ରଫେସର ପଦବୀ ରହିବା ଆବଶ୍ୟକ ଥିବା ବେଳେ କେହି ଜଣେ ମଧ୍ୟ ପ୍ରଫେସର ନାହାନ୍ତି l 77ଜନ ଅଧ୍ୟାପକ ରହିବା ଆବଶ୍ୟକ ଥିବାବେଳେ ମାତ୍ର 26ଜଣ ଅଧ୍ୟାପକ ଅଛନ୍ତି l ସହରର ତଥା ଓଡିଶାର ଏହି ପ୍ରମୁଖ ଶିକ୍ଷା ଅନୁଷ୍ଠାନର ଶିକ୍ଷା ବ୍ୟବସ୍ଥା କୁ ଧ୍ୱଂସ ଆଡକୁ ଫିଙ୍ଗି ଦେଇଥିବା ଶାସକ ଦଳର ନେତା ମାନେ କେବଳ ନିର୍ବାଚନ ଆସିଲେ ବିକାଶ ର ଡିମଡିମା ପିଟନ୍ତି l ନିର୍ବାଚନ ସରିଲେ ଶିକ୍ଷା ପରି ଏକ ମୌଳିକ ଆବଶ୍ୟକତାକୁ ପାଶୋରି ଯାନ୍ତି l ଶଶୀଭୁଷଣ ରଥ ସରକାରୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟ ରେ 43ଟି ଅଧ୍ୟାପକ ରହିବାର ଆବଶ୍ୟକ ଥିବା ବେଳେ ମାତ୍ର 16ଜଣ ଅଧ୍ୟାପକରେ କଲେଜ ଚାଲିଛି l ଏପରିକି ଶାରୀରିକ ବିଜ୍ଞାନର ସ୍ନାତକୋତୋର ବିଭାଗ ରେ କୌଣସି ଜଣେ ମଧ୍ୟ ଅଧ୍ୟାପକ ନାହାନ୍ତି l ଏପରି ସ୍ଥଳେ ଶିକ୍ଷାର ବିକାଶ କିପରି ହେବ ବୋଲି ଆଇନଜୀବ ତଥା କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା କ୍ଷଭୋ ପ୍ରକାଶ କରିବା ସହ ଗଞ୍ଜାମ ଜିଲ୍ଲାକୁ ନବୀନ ସରକାର ମଦ ଓ ଅପରାଧି ମାନଙ୍କର ବିଜ୍ଞାନଗାରରେ ପରିଣତ କରି ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି l

LEAVE A REPLY

Please enter your comment!
Please enter your name here