କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଛାତ୍ରୀ ନିବାସରେ ପାନୀୟ ଜଳର ସଙ୍କଟ ଦେଖିବାକୁ ମିଳିଛି।

0
262

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଜଳ ସଙ୍କଟ ଦେଖିବାକୁ ମିଳିଛି ଯାହା କି ବର୍ତମାନ ଗ୍ରୀଷ୍ମଋତୁ ପ୍ରବେଶ ହେଉ ହେଉ ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଲାଣି। ଏହି ଅବସରରେ ମୋହନା ବ୍ଲକ ର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପାର୍ଶ୍ଵରେ ରହିଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ନିବାସରେ ପାନୀୟ ଜଳର ଘୋର ଅଭାବ ଦେଖା ଦେଇଛି।ଏଥି ପୂର୍ବରୁ ଅନେକ ଥର ଏହି ଛାତ୍ରୀ ନିବାସରେ ପାନୀୟ ଜଳର ଅଭାବ ଯୋଗୁଁ ଛାତ୍ରୀ ମାନେ ରାସ୍ତା କଡରୁ ପାଣି ନିଜେ ନିଜେ ବୋହି ନେଇ ବ୍ୟବହାର କରୁଥିବାର ଦେଖିବାକୁ ମିଳିଥିଲା ଏବଂ ସ୍ନାନ ଶୌଚ ପାଇଁ ନଦୀକୁ ମଧ୍ୟ ଯାଉଥିଲେ। ଯାହାକି ପୂର୍ବରୁ ଏହି ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇବା ସତ୍ବେ ବହୁବାର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ହେଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ସମସ୍ୟାର ସମାଧାନ ହୋଇ ପାରିନି। ଯାହା ଦ୍ୱାରା ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଦିନ ୧୧ ଶହ ଟଙ୍କା ବିନିମୟରେ ବାହାରୁ ପାଣି ଟାଙ୍କି କିଣି ଆଣି ଯୋଗାଉଥାନ୍ତି। ସେହି ପାଣିକୁ ଛାତ୍ରୀ ମାନେ ବିଭିନ୍ନ କାମରେ ଲଗାଇଥାନ୍ତି। ଏହି ପାଣି ଟାଙ୍କିରେ ଆଣି ଯୋଗାଉଥିବା ପାଣି ଯାହାକି ସମୁଦ୍ରକୁ ଶଙ୍ଖେ । ପାନୀୟ ଜଳର ଅଭାବ ଯୋଗୁଁ ପ୍ରତ୍ୟେକ ଦିନ ଛାତ୍ରୀ ମାନେ ବାହାରୁ ପାଣି ବୋତଲ କିଣିବାକୁ ପଡୁଥିବା କହିଛନ୍ତି। ପାନୀୟ ଜଳର ସମସ୍ୟା ଦୂର କରିବା ପାଇଁ ନୂତନ ନଳକୂପ ଖନନ ସହ ଘରୋଇ ପାଇ ଲାଇନ ସଂଯୋଗ କରିବାକୁ ବିଡ଼ିଓ, ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚଙ୍କୁ ଏକ ଲିଖିତ ଅଭିଯୋଗ ବିଦ୍ୟାଳୟ କର୍ତ୍ତୃପକ୍ଷ ଦେଇଛନ୍ତି। ଏହି ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବେ ବୋଲି ସାଧାରଣରେ ଆଶା କରୁଛନ୍ତି।।
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here