ନବରଙ୍ଗପୁର ଜିଲ୍ଲାର ସାମାଜିକ-ଅର୍ଥନୈତିକ ଉନ୍ନତିମୂଳକ ଯୋଜନା ର ଶୁଭ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0
637

ନବରଙ୍ଗପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ନବରଙ୍ଗପୁର ଜିଲ୍ଲାରେ କର୍ମକ୍ଷେତ୍ରରେ ଯୋଗ ଦେବା ପର ଠାରୁ ଜିଲ୍ଲାପାଳ ଡକ୍ଟର ଶ୍ରୀ ଅଜିତ ମିଶ୍ର ଏବଂ ତାଙ୍କ ଟିମ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆପ୍ରାଣ ଚେଷ୍ଟା କରି ଆସିଛନ୍ତି। ତାଙ୍କର ବହୁ ଦିନର ସ୍ବପ୍ନ ଆଜି ସତ ହେବାକୁ ଯାଉଛି । ଆଜି ଦିନ ୧୧ଟା ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନଲାଇନରେ ସ୍ୱାସ୍ଥ୍ୟ, ପୁଷ୍ଟି ଓ କୃଷି ସମ୍ବଧିୟ ୨୧ଗୋଟି ଯୋଜନା ଉପସ୍ଥାପନ କରିବାକୁ ଯାଉଛନ୍ତି । ଯାହା ଦ୍ୱାରା ଜିଲ୍ଲାର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ । ଏହି ଯୋଜନାର ସଫଳତା ପାଇଁ ନିମ୍ନଲିଖିତ ୧୨ଗୋଟି ଗବେଷଣା ସଂସ୍ଥାର ଯୋଗଦାନ କରିଥିଲେ।ସେଗୁଡିକ ହେଲା ଭୁବନେଶ୍ୱରସ୍ଥ(IMMT,ILS,RMRC,CHES,FIFA,CTCRI,FIFA,CARI,ICAR,IIWM) , ଲଖନୌର (CSIE,NBRI,CSIR,CIMAP),ହାଇ ଦରାବାଦର CFTRI ଓ ଦେହେରାଡୁନର (CSIR,IIP) ଇତ୍ୟାଦି ।

LEAVE A REPLY

Please enter your comment!
Please enter your name here