ବ୍ରହ୍ମପୁର ରେଳ ଷ୍ଟେସନରୁ ୩ ଲୁଟେରା ଗିରଫ

0
717

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ଆରପିଏଫ୍ ଓ ଜିଆରପିଏସ ପୋଲିସ ମିଳିତଭାବରେ ଚଢାଉକରି ବ୍ରହ୍ମପୁର ୪ନମ୍ବର ପ୍ଲାଟଫର୍ମରୁ ୩ଜଣ ଟ୍ରେନ ଲୁଟେରାଙ୍କୁ ଗିରଫ କରିବା ସହ ଟଙ୍କା,ମାରଣାସ୍ତ୍ର ଓ ମୋବାଇଲ ଫୋନ ଜବତ କରିଛନ୍ତି । ପୋଲିସ ସୂଚନା ଅନୁଯାୟୀ ଅପରାଧୀମାନେ ହେଲେ ଲମ୍ବୋଦର ଜାଲି ଓରଫ ଲମ୍ବୁ ,ବିନତ କୁମାର ନାୟକ ଓରଫ ଟୁଲା ଓ ତପନ ବେହେରା । ଏହି ଲୁଟେରା ମାନେ ବିଭିନ୍ନ ସମୟରେ ଟ୍ରେନ ଭିତରେ ପଶି ସୁଯୋଗ ଉଣ୍ଡି ଯାତ୍ରୀ ଙ୍କୁ ଲୁଟି ନେଉଥିଲେ । ଆଜି କୋଣାର୍କ ଟ୍ରେନରେ ପଶି ଲୁଟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ୍ ଜାଲରେ ଛନ୍ଦି ହୋଇଗଲେ । ଏହି ଚଢାଉରେ ବ୍ରହ୍ମପୁର ଜିଆରପିଏସ ଏଏସଆଇ ଆରତି ପୋଦାର ଓ ଏସଆଇ ଝାପେଶ୍ୱର ବେହେରା ସହ ଏସଆଇ ସନ୍ତୋଷ କୁମାର ବାହିନିପତି,ଏଏସଆଇ ପରିଖିତ ନାୟକ, ଜିଆରପିଏସ /ଖୋର୍ଦ୍ଧା ଏଏସଆଇ ସିମାଞ୍ଚଳ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏ ନେଇ ୩୯୯/୪୦୧ ଧାରା ଅନୁସାରେ କେଶ ନଂ୬୬/୨୦୧୯ ରୁଜୁ ହୋଇ ତିନି ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here