ଶାଗୁଆନ ପଟା ଓ କାଠ ଗଣ୍ଡି ସହ ଦୁଇ ଗାଡି ଜବତ।

0
290

ପୋଲସରା : ପୋଲସରା ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବେଳେ ପୋଲସରା ବନାଞ୍ଚଳ ଅନ୍ତର୍ଗତ ବର୍ତ୍ତିନୀ ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଓଆର ୦୭ – ୪୪୭୦/୭୧ ନମ୍ବର ମହିନ୍ଦ୍ରା ଟ୍ରାକ୍ଟରରେ ୧୪.୭୬ ଘନଫୁଟର ୧୨୬ ଖଣ୍ଡ ଶାଗୁଆନ ପଟା ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ପଟା ସହ ଟ୍ରାକ୍ଟର ଜବତ ହୋଇଥିଲା। ସେହିପରି ଓଡ଼ି ୩୩ ଏନ ୩୫୭୭ ନମ୍ବର ଡାଲା ଅଟୋରେ ୯.୧୬ ଘନଫୁଟ କାଠ ଗାଣ୍ଡି ଚୋର ଚାଲାଣ ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ଅଟୋ ସହ କାଠ ଗଣ୍ଡି ଜବତ ହୋଇଥିବା ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଚଢାଉ କାର୍ଯ୍ୟକ୍ରମ ରେଞ୍ଜର ଶ୍ରୀ ପ୍ରଧାନ ଙ୍କ ନେତୃତ୍ୱରେ ପୋଲସରା ବନପାଳ ସୁକାନ୍ତ କୁମାର ପଟ୍ଟନାୟକ, ଭାବରଡା ବନପାଳ ହର ପ୍ରସାଦ ସାହୁ , ସୁବୋଧ ବେହେରା ଓ ରମାକାନ୍ତ ହୋତା ଏବଂ ସ୍ୱତନ୍ତ୍ର ସ୍କ୍ୱାର୍ଡ କର୍ମଚାରୀ ବୃନ୍ଦ ଅଂଶ ଗ୍ରହଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here