ଛାତ୍ର ଓ ଯୁବ ବିଜେଡିର ଡିଜିଟାଲ ସେକ୍ରେଟାରୀ ମନୋନୀତ

0
439

ବୁଗୁଡା: ବୁଗୁଡା ବ୍ଳକ ଓ ବୁଗୁଡା ସହର ପାଇଁ ଛାତ୍ର ଓ ଯୁବ ବିଜେଡି ପାଇଁ ଡିଜିଟାଲ ସେକ୍ରେଟାରୀ ମନୋନୀତ ହୋଇଥିବା ଜଣାପଡିଛି। ବୁଗୁଡା ବ୍ଲକର ଡିଜିଟାଲ ସେକ୍ରେଟାରୀ ଭାବେ ଛାତ୍ର ବିଜେଡି ପାଇଁ ବାଳକୃଷ୍ଣ ସାହୁ ମନୋନୀତ ହୋଇଥିବା ବେଳେ ଯୁବ ବିଜେଡି ପାଇଁ ସରୋଜ କୁନାର ଗୌଡ଼ ମନୋନୀତ ହୋଇଛନ୍ତି। ସେହିପରି ବୁଗୁଡା ସହର ପାଇଁ ନଗର ଡିଜିଟାଲ ସେକ୍ରେଟାରୀ ଭାବେ ଛାତ୍ର ବିଜେଡି ପାଇଁ ସୁନୀଲ କୁମାର ଦାଶ ମନୋନୀତ ହୋଇଥିବା ବେଳେ ଯୁବ ବିଜେଡି ପାଇଁ ନାରାୟଣ ସାହୁ ମନୋନୀତ ହୋଇଛନ୍ତି। ଡିଜିଟାଲ ସେକ୍ରେଟାରୀ ଭାବେ ମନୋନୀତ ପରେ ଛାତ୍ର ଓ ଯୁବ ବିଜେଡିର ୪ ଜଣ ଡିଜିଟାଲ ସେକ୍ରେଟାରୀ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଭେଟି କୃତଜ୍ଞତା ଜଣାଇଥିବା ବେଳେ ବିଧାୟକ ଶ୍ରୀ ସାହୁ ନୂତନ ଭାବେ ନିଯୁକ୍ତ ଚାରି ଡିଜିଟାଲ ସେକ୍ରେଟାରୀଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରି ସ୍ୱାଗତ କରିବା ସହ ସୁପରିଚାଳନା ପାଇଁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମ ସମୟରେ ବିଧାୟକ ପ୍ରତିନିଧି କେ.ତ୍ରିଲୋଚନ ଦୋରା , ଗୋଲିଆ ସରପଞ୍ଚଙ୍କ ପ୍ରତିନି ତଥା ଯୁବ ବିଜେଡି ନେତା ମାନସ ପ୍ରଧାନ ଓ ଯୁବଛାତ୍ର ବିଜେଡି ନେତା ହର ପ୍ରସାଦ ମହାପାତ୍ର (ଶାନ୍ତନୁ) ଉପସ୍ଥିତ ଥିଲେ।

ରିପୋର୍ଟ : ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here