ନକଲି ବିଦେଶୀ ମଦ ବ୍ୟବସାୟର କିଙ୍ଗପିନ ବୁଲୁ ଗିରଫ

0
248

ବ୍ରହ୍ମପୁର ( ନ୍ୟୁଜ ଏକ୍ସଟ୍ରା ) ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ନକଲି ବିଦେଶୀ ମଦ କାରବାରର ମୁଖ୍ୟ ଆସାମୀ ଅନ୍ୟ ରାଜ୍ୟକୁ ଖସି ପାଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ବ୍ରହ୍ମପୁର ବଡବଜାର ପୋଲିସ ଚଢ଼ାଉ କରି ରାଜଧାନୀ ଭୁବନେଶ୍ବର ର ମାଷ୍ଟର କ୍ୟାଣ୍ଟିନ ଛକରୁ ରେଳ ଷ୍ଟେସନ ମଧ୍ୟରେ ଗିରଫ କରିବାରେ ସଫଳ ହୋଇଥିବା ଜଣାପଡିଛି। ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବଡବଜାର ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ପ୍ରଶାନ୍ତ ଭୂପତିଙ୍କ ନେତୃତ୍ୱରେ ଦୁଇ ଜଣ ଆରକ୍ଷୀ ଉପ ନିରୀକ୍ଷକ ପ୍ରଫୁଲ କୁମାର ସାହୁ,ଓ ଭାସତ ରଞ୍ଜନ ରାୟ ଏବଂ ପୋଲିସ ବାହିନୀ ଭୁବନେଶ୍ୱର ଯାଇ ମାଷ୍ଟର କ୍ୟାଣ୍ଟିନ ଛକରୁ ରେଳ ଷ୍ଟେସନ ମଧ୍ୟରେ ନକଲି ବିଦେଶୀ ମଦ ବ୍ୟବସାୟର ମୁଖ୍ୟ ଆସାମୀ ବୁଲୁ ଓରଫ ମନୋରଞ୍ଜନ ପଟ୍ଟନାୟକକୁ ଗିରଫ କରିବାରେ ସଫଳ ହୋଇଥିଲେ। ବୁଲୁ ପଟ୍ଟନାୟକ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଶ୍ରୀରାମ ନଗର ବାସିନ୍ଦା ହୋଇଥିବା ବେଳେ ନକଲି ବିଦେଶୀ ମଦ ବ୍ୟବସାୟର ମୁଖ୍ୟ ଆସାମୀ ଅଟେ। ୨୭-୦୫-୨୧ ତାରିଖ ଦିନ ବଡବଜାର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉରେ ବହୁ ପରିମାଣର ନକଲି ବିଦେଶୀ ମଦ ଓ ବିଭିନ୍ନ ସରଞ୍ଜାମ ଜବତ କରି ବୁଲୁର ଅନ୍ୟ ସହଯୋଗୀ ଟୁକୁନା ଓରଫ ନାରାୟଣ ବିଷୋୟୀ, ଏନ.ବୁଲୁ ପାତ୍ର, ସୁବାଷ ଚନ୍ଦ୍ର ମହାରଣା, ମୁନା ଓରଫ ସନ୍ତୋଷ କୁମାର ସାବତ,ଓ ସନ୍ୟାସୀ ରାଉତ ୫ ଜଣ ଗିରଫ ହୋଇ ଜେଲରେ ଥିବା ବେଳେ ମୁଖ୍ୟ ଆସାମୀ ବୁଲୁ ଓରଫ ମନୋରଞ୍ଜନ ପଟ୍ଟନାୟକ ଫେରାର ଥିଲା। ପୋଲିସ ୧ ଲକ୍ଷ ୫୫ ହଜାର ଟଙ୍କା ଜବତ କରିବା ସହ ମୁଖ୍ୟ ଆସାମୀ ବୁଲୁର ୮ ଗୋଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here